ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶକ୍ତି, ସମ୍ବାଦ ଓ ସମ୍ପର୍କ ଅଭିଯାନ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲା କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଛି। ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ କାରୀ ଯୋଜନା ବିଷୟରେ ଘର ଘର ବୁଲି ସଚେତନ କରାଯିବ ବୋଲି ପ୍ରତିମା ମିଶ୍ର କହିଛନ୍ତି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହିଳା ମୋର୍ଚ୍ଚା ସମସ୍ତ ଗ୍ରାମରେ ମୋଦି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକୁ ପହଞ୍ଚାଇବା ଉପରେ ମତ ଦେଇଥିଲେ। ବୈଠକରେ ସଂଘମିତ୍ରା ପ୍ରଧାନ, ସୁଚିସ୍ମିତା ତ୍ରିପାଠୀ, ରୋଜାଲିନ ଦାସ, ନମିତା ଦଳ ବେହେରା, ଶୋଭାଗିନୀ ପ୍ରଧାନ, ସଂଯୁକ୍ତା ମହାରଣା, ଝୁନୁବାଳା ପ୍ରଧାନ, ସୀତାରାଣୀ ନାଥ, ଅପର୍ଣ୍ଣା ସାହୁ, ସୁଜାତା ସାହୁ, ପ୍ରକାଶ ସିଂହ, ଗୋପାଳ ଚନ୍ଦ୍ର ସାହୁ, ଜ୍ଞାନେନ୍ଦ୍ରିୟ ସେଠି, ମୃଣାଳିନୀ ପଟ୍ଟନାୟକ, ପଙ୍କଜିନି ପଣ୍ଡା, ଅନିତା ବିଶ୍ୱାଳଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।