ଅନୁଗୁଳ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀନୀ ତଥା ଓଡ଼ିଶାର ଗର୍ବ ଓ ଗୌରବ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ଘୃଣ୍ୟ ମନ୍ତବ୍ୟକୁ ଆଜି ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।
ଏ ଅବସରରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ସହରର ରାଜା ଛକଠାରେ ବିକ୍ଷୋଭ, ପ୍ରତିବାଦ ସଭା ଏବଂ କୁଶପୁତ୍ତଳିକା ଦାହ କରାଯାଇଛି। ଏ ଅବସରରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ଆଦିବାସୀ ବିରୋଧୀ, ମହିଳା ବିରୋଧୀ ଏବଂ ଓଡିଶା ବିରୋଧୀ ବୋଲି ବିଜେପି ନେତାମାନେ ପ୍ରକାଶ କରିବା ସହ ସ୍ଲୋଗାନ ଦେଇଥିଲେ।
କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇ, ବରିଷ୍ଠ ନେତା ଦିଲ୍ଲୀପ ଦାସ, ପ୍ରଶାନ୍ତ ପୃଷ୍ଟି, ଅଜିତ ପ୍ରଧାନ, ସଂଜିତ ଷଡ଼ଙ୍ଗୀ, ଅନିଲ ସ୍ୱାଇଁ, କାଉନସିଲର ସରିତା ମିଶ୍ର, ଶୁଚିସ୍ମିତା ତ୍ରିପାଠୀ, ଏମ ଡି ସବୀର, କାଲା ଖାନ, ମିଳାପ ପ୍ରଧାନ, ଚନ୍ଦ୍ରକାନ୍ତ ଧଳ, ସମୀର ପରିଡା, ପୁରୁଷୋତ୍ତମ ନାୟକ, ସୌମ୍ୟପ୍ରସାଦ ଦେବତା, ଅମୀର ସାହୁ, ଭୀଷ୍ମ ପ୍ରଧାନ, ତପନ ମଲ୍ଲଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।