ଘଟଣା ଓ ଦୁର୍ଘଟଣା

ବିଜେପି ଯୁବ ନେତା ଶ୍ରୀକାନ୍ତ ତ୍ରିପାଠୀଙ୍କ ଦେହାନ୍ତ, ଶୋକ ପ୍ରକାଶ

By Angul TV Bureau

July 27, 2026

ଅନୁଗୋଳ: ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକ୍ ଫୁଲପଡା ପଞ୍ଚାୟତର ଯୁବ ନେତା ତଥା ବିଜେପି ମହୀଧରପୁର ମଣ୍ଡଳର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ତ୍ରିପାଠୀଙ୍କ ଦେହାନ୍ତ ଖବର ଶୁଣି ଦଳୀୟ ମହଲରେ ଶୋକର ଛାୟା ଖେଳିଯାଇଛି। ଏହି ଖବର ଶୁଣି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ସ୍ନେହୀ ଓ ମେଳାପୀ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ଫୁଲପଡା ପଞ୍ଚାୟତରେ ଦଳକୁ ସୁଦୃଢ କରିବାରେ ତାଙ୍କର ବହୁତ ଅବଦାନ ରହିଛି। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ସମବେଦନା ବାର୍ତାରେ କୁହାଯାଇଛି, “ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ତାଙ୍କ ପାଦପଦ୍ମରେ ସ୍ଥାନ ଦିଅନ୍ତୁ।”