ଅନୁଗୁଳ: ନବମ ଦିନରେ ପହଞ୍ଚିଛି ଅନୁଗୁଳ ବିଜେପିର ବିଜେଡି ବିରୋଧୀ ପ୍ରତିବାଦ ଓ ବିକ୍ଷୋଭ। ବିଜେଡିର କଳା କାରନାମା, ଦୁର୍ନୀତି, ଭ୍ରଷ୍ଟାଚାରକୁ ବିରୋଧ କରି ଅନୁଗୁଳ ନିର୍ବାଚନ ମଣ୍ଡଳୀର ୩ ନଂ ଜୋନ ବଲାସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ବିଜେପି ଅନୁଗୁଳ ନିର୍ବାଚନ ମଣ୍ଡଳୀ ଶାଖା ତରଫରୁ ଏହି ସଭା ଜାରି ରହିଛି। ଏହି ଗଣ ଆନ୍ଦୋଳନ ମାଧ୍ୟମରେ ପଞ୍ଚାୟତବାସୀଙ୍କୁ ବିଜେଡି ସରକାରଙ୍କ କଳା କାରନାମା ବିଷୟରେ ସଚେତନ କରୁଛି ବୋଲି ବିଜେପି ନେତା କହିଛନ୍ତି। ଏ ଅବସରରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।
ସଭାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, ବଲାସିଂହା ପଞ୍ଚାୟତର ବିଜେପି ସଭାପତି ପ୍ରତାପ ଦେହୁରୀ, ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଯଯାତୀ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିମା ମିଶ୍ର, ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ର ସଂଯୋଜକ ଦିଲ୍ଲୀପ ଦାସ, ବିଜେପି ନେତା ଦୁଃଖବନ୍ଧୁ ସାହୁ, ପୂର୍ବତନ ସରପଞ୍ଚ କନ୍ଦର୍ପ ମହାରଣା, ମନୋଜ ସାହୁ, ମୁନା ସାହୁ, ବିକାଶ ବେହେରା, ନରହରି ପ୍ରଧାନ, ଗଗନ ସାହୁ, ସୌମ୍ୟ ରଞ୍ଜନ ସାହୁ, ସୁନିଆ ବେହେରା, ପପୁ ବାରିକ, ନବକିଶୋର ଜାଲ ଓ ଦିଲ୍ଲୀପ ଜାଲଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।