ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅନୁମୋଦନ କ୍ରମେ ଆଜି ନୂତନ ‘ଅନୁଗୁଳ ବ୍ଲକ କଂଗ୍ରେସ କମିଟି’ ଘୋଷଣା କରାଯାଇଛି। ବ୍ଲକ ସଭାପତି ରାକେଶ ମିଶ୍ର ଏହି ନୂତନ କମିଟି ସମ୍ପର୍କରେ ସୂଚନା ଦେବା ସହ ସମସ୍ତ ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଘୋଷଣା ହୋଇଥିବା କମିଟିରେ ସୌଭାଗ୍ୟ ବିଶ୍ୱାଳ ଓ ଦିନେଶ କୁମାର ତ୍ରିପାଠୀଙ୍କୁ ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ସାଧାରଣ ସମ୍ପାଦକ ଭାବେ ଚିତ୍ତରଞ୍ଜନ ସାହୁ, ବଟକୃଷ୍ଣ ସାହୁ, ରାଜୀବ ମହାଳିକ, ଆଲୋକ ରୋଜାଲିନ ଦେହୁରୀ, ବିଶ୍ୱନାଥ ଦାଶ, ଅନୁପମା ଦେହୁରୀ, ସୌମ୍ୟରଞ୍ଜନ ବେହେରା, ସଂଗ୍ରାମ କେଶରୀ ପ୍ରଧାନ ଓ ଅନୁକୂଳ ଦାସ ନିଯୁକ୍ତ ହୋଇଛନ୍ତି।ସମ୍ପାଦକ ଭାବେ ପିତବାସ ସାହୁ, ଚନ୍ଦ୍ରକାନ୍ତ ପ୍ରଧାନ, ବିଶ୍ୱଜିତ ଦେହୁରୀ, ସୁଶୀଲ କୁମାର ପୃଷ୍ଟି, ସୌମ୍ୟ ରଞ୍ଜନ ସାହୁ, ସୁଦର୍ଶନ ନାଏକ, ବନ୍ଦେଶ ମହାରଣା, ଦୁଷ୍ମନ୍ତ କୁମାର ଦେହୁରୀ ଓ ଉପେନ୍ଦ୍ର ଦେହୁରୀଙ୍କୁ ମନୋନୀତ କରାଯାଇଥିବା ବେଳେ ସ୍ୱାଧୀନ ଦେହୁରୀଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥିସହ ୧୩ ଜଣଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ସାମିଲ କରାଯାଇଛି।
ଆଗାମୀ ଦିନରେ ଦଳକୁ ଅଧିକ ସୁସଂଗଠିତ କରିବା ପାଇଁ ସମସ୍ତ କର୍ମକର୍ତ୍ତା ନିଷ୍ଠାର ସହ କାର୍ଯ୍ୟ କରିବାକୁ ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ ଏକ ପ୍ରେସ ବିବୃତି ଜରିଆରେ ପରାମର୍ଶ ଦେଇଛନ୍ତି।