ମୁଖ୍ୟ ଖବର

ଅନୁଗୁଳ ବ୍ଲକ ପ୍ରଧାନ ଶିକ୍ଷକ ସମ୍ମିଳନୀ

By Biswaranjan Pattnaik

February 09, 2026

ଅନୁଗୁଳ: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷଣ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଗୁଳ ବ୍ଲକ ସ୍କୁଲ ପ୍ରଧାନ ଶିକ୍ଷକ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରାଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୂପେ ସମ୍ମିଳନୀକୁ ଉଦ୍ଘାଟନ କରିବା ସହ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ସମାରୋହରେ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ବିକ୍ରମ କୁମାର ସାହୁ ମୁଖ୍ୟ ସାଧନ କର୍ମୀ ଭାବେ ଯୋଗ ଦେଇ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ଗୋଟିଏ ତ୍ରିଭୁଜର ତିନୋଟି ଶୀର୍ଷ ବୋଲି ଉଲ୍ଲେଖ କରିବା ସହ ଏମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ସମାଜର ପ୍ରଗତୀ ହେବା ସହ ଶିକ୍ଷାର ଉତ୍ଥାନ  ହୋଇଥାଏ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନମାଳୀ ବାଗ, ଏଡିଇଓ ଲୋପାମୁଦ୍ରା ପଟ୍ଟନାୟକ ଉପସ୍ଥିତ ପ୍ରଧାନ ଶିକ୍ଷକ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ।

ଅନୁଗୁଳ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀର ଦ୍ଵିତୀୟ ଅଧିବେଶନରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଯୋଗ ଦେଇ ଶିକ୍ଷକମାନେ ଶିକ୍ଷାଦାନକୁ ବୃତ୍ତି ନୁହେଁ ବ୍ରତ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେବା ସହ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ଆହ୍ବାନ ଦେଇଥିଲେ। ଏହାଛଡା ଏବିଇଓ ପ୍ରଦ୍ୟୁମ୍ନ କୁମାର ମିଶ୍ର,ବଶିବ ମାଝୀ, ସଂସାର ଭୋଇ, ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ ଗଡ଼ନାୟକ ପ୍ରମୁଖ ଯୋଗ ଦେଇ ନୂତନ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ୧୭୦ ପ୍ରଧାନ ଶିକ୍ଷକଙ୍କ ସମେତ ୧୭ଟି କ୍କଷ୍ଟରର ସିଆରସିସି ଯୋଗ ଦେଇଥିଲେ।ଶେଷରେ ସୁଶାନ୍ତ କୁମାର ସେଠି ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଦେବାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିଲେ।