ଘଟଣା ଓ ଦୁର୍ଘଟଣା

ଘର ଭିତରୁ ବିଷାକ୍ତ ରଣା ସାପ ଉଦ୍ଧାର

By Swagatika Samantray

July 23, 2025

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଧୀନ ହଣ୍ଡପା ଥାନା ଶରଧାମୁଣ୍ଡା ଗାଁର ବସନ୍ତ ପ୍ରଧାନଙ୍କ ଘରୁ ବୁଧବାର ଦିନ ଏକ ବିଷାକ୍ତ ରଣା ସାପ ଉଦ୍ଧାର କରାଯାଇଛି।

ସୂଚନା ଯେ, ଆଜି ଅପରାହ୍ନରେ ବସନ୍ତଙ୍କ ଘର ଭିତରକୁ ଏକ ବିଷାକ୍ତ ରଣା ସାପ ପଶିଯାଇଥିଲା। ପରିବାର ଲୋକଙ୍କ ବହୁ ଚେଷ୍ଟା ସତ୍ତ୍ଵେ ସାପଟି ବାହାରିବାକୁ ବାହାରି ନଥିଲା। ଶେଷରେ ବସନ୍ତ ସାପ ଉଦ୍ଧାର କାରି ସିଦ୍ଧେଶ୍ୱର ରଥଙ୍କୁ ସୂଚନା ଦେଇଥିଲେ। ସିଦ୍ଧେଶ୍ୱର ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟ ଜଙ୍ଗଲରେ ଛାଡିଦେଇଥିଲେ।