ଅନୁଗୁଳ: ଆଜି ଅନୁଗୋଳର ଏକ ହୋଟେଲରେ ଅନୁଗୁଳ ଜିଲ୍ଲା ବସ୍ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମାନସ କୁମାର ସାମଲ ସଭାପତି,କଲ୍ଲୋଳ କୁମାର ସାହୁ ଉପସଭାପତି,ସନ୍ତୋଷ କୁମାର ମିଶ୍ର ସମ୍ପାଦକ, ସୁଦୀପ୍ କୁମାର ଗଡ଼ନାୟକ ସହ ସମ୍ପାଦକ ଓ ଉପେନ୍ଦ୍ର ସାହୁ କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ।
ଉପଦେଷ୍ଟା କୈଳାଶ ଚନ୍ଦ୍ର ସାହୁ ନିର୍ବାଚନ ପରିଚାଳନା କରିଥିଲେ। ଏହି ବୈଠକରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ । ଏହି ନିର୍ବାଚନ ୨୦୨୩ରୁ ୨୦୨୬ ଆର୍ଥିକ ବର୍ଷ ପାଇଁ ଆୟୋଜିତ ହୋଇଥିଲା।