ମୁଖ୍ୟ ଖବର

ଗଣେଶ ପୂଜା ପ୍ରସ୍ତୁତି: ଅନୁଗୁଳ କେନ୍ଦ୍ରୀୟ ଗଣେଶ ପୂଜା କମିଟି ତରଫରୁ ବୈଠକ ଆୟୋଜିତ

By Angul TV Bureau

July 31, 2025

ଅନୁଗୁଳ: ଗଣେଶ ପୂଜା ପାଇଁ ଏବେ ଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ ଅନୁଗୁଳ କେନ୍ଦ୍ରୀୟ ଗଣେଶ ପୂଜା କମିଟି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ବଜାର ଦଶହରା ପଡ଼ିଆ ଠାରେ କମିଟିର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ବୈଠକରେ ଅନୁଗୁଳ ସହରର ଥିବା ୧୪ ଟି ପୂଜା କମିଟିର ସଭାପତି ଓ ସଂପାଦକ ଯୋଗ ଦେଇଥିଲେ।

ଚଳିତ ବର୍ଷ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ଭାବେ ସୌମ୍ୟ ରଞ୍ଜନ ସାହୁ ନିର୍ଦ୍ଵନ୍ଦରେ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ଶାନ୍ତନୁ କୁମାର ସେଠି, ଆକାଶ ମହାରଣା, ସଂପାଦକ ଦିପୁନ କୁମାର ବେହେରା, ସହ ସମ୍ପାଦକ ଭାବେ ରାହୁଲ ଦାସ, ଯୁଗ୍ମ ସମ୍ପାଦକ ଭାବେ ସୁଶିଲ ମୁଖି କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ସାମଲଙ୍କୁ ଚୟନ କରାଯାଇଥିଲା।

ବୈଠକର ନିଷ୍ପତ୍ତି ମୁତାବକ, ଅଗଷ୍ଟ ୨୬ ତାରିଖରେ ପୂଜା ଆରମ୍ଭ ହୋଇ ସେପ୍ଟେମ୍ବର ୩ ତାରିଖରେ ମେଳଣ ଓ ଭସାଣି ହେବ।