ମୁଖ୍ୟ ଖବର

ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନିତ: ସୁନୀଲ ସାହୁ ହେଲେ ସଭାପତି

By Angul TV Bureau

September 24, 2024

ଅନୁଗୁଳ: ଚଳିତ ବର୍ଷ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନିତ ହୋଇଛନ୍ତି। ଏନେଇ ସ୍ଥାନୀୟ ଧର୍ମଶାଳାରେ ଆୟୋଜିତ ସଭାରେ ସଭାପତି ଭାବେ ସୁନୀଲ କୁମାର ସାହୁ, ସାଧାରଣ ସମ୍ପାଦକ ଭାବେ ଦିଲ୍ଲୀପ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଅମରେଶ ଚନ୍ଦ୍ର ସ୍ୱାଇଁ, ଉପସଭାପତି ଭାବେ ସନ୍ତୋଷ ଦାସ, ଚନ୍ଦ୍ରକାନ୍ତ ଧଳ, ରତିକାନ୍ତ ଦାସ ଓ ଶୁଭ୍ରାଂଶୁ ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି।

ସେହିପରି ପଦ୍ମଚରଣ ପ୍ରଧାନ, ପ୍ରଭାତ ପ୍ରଧାନ, ରଂଜିତ ମାଣ୍ଡୋଠିଆ ଏବଂ ଆଦର୍ଶ ସାହୁ ସମ୍ପାଦକ ଭାବେ ଚୟନିତ ହୋଇଛନ୍ତି। ସେହିପରି ଉପଦେଷ୍ଟା ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନୀଳମଣି ରାଉତ ଏବଂ ଭକ୍ତି ଦାସଙ୍କୁ ମନୋନୀତ କରାଯାଇଥିଲା। ବସଷ୍ଟାଣ୍ଡ ପୂଜା କମିଟିର ସଭାପତି ନୀଳମଣି ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ୩୨ରୁ ଊର୍ଦ୍ଧ୍ବ ପୂଜା କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ଆସନ୍ତା ଅକ୍ଟୋବର ୯ ତାରିଖ ଠାରୁ ଦୁର୍ଗା ପୂଜା ଆରମ୍ଭ ହୋଇ ୧୪ ତାରିଖରେ ଭସାଣି ଉତ୍ସବ ପାଳନ ହେବ। ସେହିପରି ଅକ୍ଟୋବର ୧୬ ରୁ ମା’ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ୨୭ ତାରିଖ ଦିନ ଭସାଣି ଉତ୍ସବ ଓ ମେଲଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।