ମୁଖ୍ୟ ଖବର

ଅନୁଗୁଳ ନଗରପାଳ ଓ ନିର୍ବାହୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

By Biswaranjan Pattnaik

September 09, 2025

ଅନୁଗୁଳ: ଆଜି ନୂଆଦିଲ୍ଲୀରେ ଅନୁଗୁଳ ପୌରପାଳିକା ପୁରସ୍କୃତ ହେବାପରେ ଭୁବନେଶ୍ବରରେ ନଗରପାଳ ଅକ୍ଷୟ ସାମନ୍ତ ଓ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ନିଜ ଟିମ୍ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ୍ କରିଥିଲେ।

ଅନୁଗୁଳ ପୌରପାଳିକା ପକ୍ଷରୁ ନିଆଯାଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା,ସଫେଇ କାର୍ଯ୍ୟକ୍ରମ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଓଡ଼ିଶାର ଏକମାତ୍ର ଅର୍ବାନ ଲୋକାଲ ବଡି ଭାବେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ। ଅନୁଗୁଳର ବିକାଶ ପାଇଁ ଅର୍ଥ କେବେହେଲେ ବାଧକ ହେବ ନାହିଁ ବୋଲି କଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ପୌର ଉପାଧକ୍ଷା ଅନୁପମା ସାହୁ ଉପସ୍ଥିତ ଥିଲେ ।