ମୁଖ୍ୟ ଖବର

ଥମୁନି ଦନ୍ତା ଆତଙ୍କ! ଆମ୍ବ ଗୋଟାଇବାକୁ ଯାଇଥିବା ବୃଦ୍ଧଙ୍କୁ କଚାଡ଼ିମାରିଲା ହାତୀ

By Angul TV Bureau

May 31, 2025

ଅନୁଗୁଳ: ଆମ୍ବ ଗୋଟାଇବାକୁ ଯାଇଥିବା ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା। ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳରେ କଣଲୋଇ ଭାଗମୁଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସେହି ଗାଁର ପ୍ରସନ୍ନ ନାଏକ (୬୫)।

ସୂଚନା ମୁତାବକ, ଶନିବାର ଭୋର୍‌ ୫ଟାରେ ପ୍ରସନ୍ନ ନାଏକ ଘର ପାଖରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। କିନ୍ତୁ ସେଠାରେ ପୂର୍ବରୁ ଥିବା ଏକ ଦନ୍ତା ହାତୀ ତାଙ୍କୁ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରସନ୍ନଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି।

ସେହିଭଳି ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ଶଙ୍ଖପୁର ଗ୍ରାମର ମାନସ ସାହୁଙ୍କ ଫାର୍ମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଦନ୍ତା ହାତୀ ଆକ୍ରମଣରେ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିଲା। ଏହା ସହ ଦୁଇଟି ଗାଈ ମଧ୍ୟ ଗୁରୁତର ହୋଇଥିଲେ ।