ଅନ୍ୟାନ୍ୟ

କ୍ଲବ ଗଣପତ୍‌ର ନୂତନ କର୍ମକର୍ତ୍ତା ଚୟନ, ସଭାପତି ହେଲେ ଚନ୍ଦ୍ରକାନ୍ତ ପ୍ରଧାନ

By Angul TV Bureau

July 03, 2025

ଅନୁଗୁଳ: ଚଳିତ ବର୍ଷ ଗଣେଶ ପୂଜା ପାଳନ ପାଇଁ କ୍ଲବ ଗଣପତର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ଏନେଇ ବୁଧବାର ସନ୍ଧ୍ୟାରେ କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଅନୁଷ୍ଠିତ ବୈଠକରେ ୩୦ ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ। ଏଥିରେ ପୂର୍ବ ବର୍ଷର ଆୟ, ବ୍ୟୟର ବିବରଣୀ ପାଠ କରାଯାଇଥିଲା। ପରେ ଉପଦେଷ୍ଟା କମିଟି ଓ ସଦସ୍ୟ ମାନେ ନୂତନ କର୍ମକର୍ତ୍ତା ଚୟନ କରିଥିଲେ।

କ୍ଲବର ସଭାପତି ଭାବେ ଚନ୍ଦ୍ରକାନ୍ତ ପ୍ରଧାନ, ସମ୍ପାଦକ ଭାବେ ସନ୍ଧାନ ଦାସ, ଉପସଭାପତି ଭାବେ ଚନ୍ଦନ କୁମାର ସାହୁ, ଆଦର୍ଶ ସାହୁ, ସହ ସମ୍ପାଦକ ଭାବେ ଲିବଲୁ ରଞ୍ଜନ ଜେନା, ପବିତ୍ର ଭଞ୍ଜ, ବିଶ୍ୱଜିତ୍ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଅନିଲ ଭୂଇଁଆ, ସତ୍ୟବ୍ରତ ବାରିହା କୋଷାଧ୍ୟକ୍ଷ ଭାବେ ସୁବ୍ରତ କୁମାର ବାରିହା, ରବିନ୍ଦ୍ର କୁମାର ସାହୁ, ଉପଦେଷ୍ଟା ଭାବେ ଦିଲ୍ଲୀପ କୁମାର ସାହୁ, ପତିତପାବନ ସାହୁ, ବିରେନ୍ଦ୍ର ନାୟକ, ଦିନେଶ ପ୍ରଧାନ, ତାପସ କୁମାର ନାୟକ, ସୁଜିତ୍ କୁମାର ସାହୁ, ସୁକାନ୍ତ କୁମାର ସାହୁ, ନିଶାନ୍ତ କୁମାର ଜେନା, ରଞ୍ଜନ ସାହୁ, ଅରୁଣ ବରାଳ, ଅମରଜିତ୍ ସ୍ୱାଇଁ, ସମରେଶ ନାଥ, ସତ୍ୟଜିତ ଦେହୁରୀ ପ୍ରମୁଖ ଚୟନିତ ହୋଇଛନ୍ତି।