ମୁଖ୍ୟ ଖବର

ମୁଗ ଓ ବିରି କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କଲେ ଅନୁଗୁଳ ଜିଲ୍ଲାପାଳ

By Angul TV Bureau

March 10, 2025

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ଗୁରୁଜାଙ୍ଗୁଳି ପଞ୍ଚାୟତର ଖୋଲୁଆ ଗ୍ରାମର ମୁଗ ଓ ବିରି କ୍ଷେତ୍ର ପରିଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଲାପାଳ। ଗାଁରେ ସିଆରଏଫଏମ୍ ସ୍କିମରେ ଏଏଫସି ଏନଜିଓ ଓ କୃଷି ବିଭାଗର ମିଳିତ ସହଯୋଗରେ ୧୧୮ ଜଣ ଚାଷୀ ମୁଗ ଓ ବିରି ସୋଲା ଚାଷ କରିଛନ୍ତି। ଜିଲ୍ଲାପାଳ ଏହି କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସହ ପରବର୍ତ୍ତୀ ଅମଳ ଉପରେ ଆଲୋଚନା କରିଥିଲେ।

ଜିଲ୍ଲାପାଳଙ୍କ ଗସ୍ତ ବେଳେ ଅନୁଗୁଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ତାଳଚେର କୃଷି ଜିଲ୍ଲା ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ଏନଜିଓର ସଂଯୋଜକ, ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ୫୦ ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ।