ଅନ୍ୟାନ୍ୟ

ଅନୁଗୁଳ କଲେଜ୍ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

By Angul TV Bureau

May 02, 2026

ଅନୁଗୁଳ: ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ,ଅନୁଗୁଳରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ,ଅନୁଗୁଳ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵର ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ  ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁକୁ ମହାବିଦ୍ୟାଳୟର ଅଧକ୍ଷ ଡା ବସନ୍ତ କୁମାର ସାହୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ ଓ ସଭାପତିତ୍ଵ କରିଥିଲେ ।

ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ସାହୁ ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ବର ପକ୍ଷରୁ ଉପସ୍ଥିତ ଥିବା ସମସ୍ତ ପ୍ରଫେସର ମାନଙ୍କୁ ଉପଢୌକନ ଦେଇ ସ୍ଵାଗତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧକ୍ଷ ପ୍ରଫେସର ବସନ୍ତ କୁମାର ସାହୁଙ୍କ ସମେତ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳର ବରିଷ୍ଠ ପ୍ରାଧ୍ୟାପିକା ତଥା  ମୁଖ୍ୟ ଶୈକ୍ଷିକ ଅଧିକାରୀ ପ୍ରଫେସର ସୁଲଗ୍ନା ଚୌଧୁରୀ, ବରିଷ୍ଠ ପ୍ରାଧ୍ୟାପକ ତଥା ମୁଖ୍ୟ ବିତ୍ତ ଅଧିକାରୀ ପ୍ରଫେସର ନାରାୟଣ ନାୟକ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵରର ପ୍ରାୟୋଗିକ ବିଜ୍ଞାନ ଶାଖା ତଥା ଉଦ୍ଭିଦ ବିଜ୍ଞାନ ବିଭାଗର ଏମେରିଟସ ପ୍ରଫେସର  କୁଞ୍ଜବିହାରୀ ଶତପଥୀ, ପ୍ରାୟୋଗିକ ବିଜ୍ଞାନ ଶାଖାର ନିର୍ଦ୍ଦେଶକ ପ୍ରଫେସର ସୁଶାନ୍ତ କୁମାର ବିଶ୍ଵାଳ,ସହଯୋଗୀ ଡିନ ତଥା ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଗଗନ କୁମାର ପାଣିଗ୍ରାହୀ ଉପସ୍ଥିତ ମଞ୍ଚାସୀନ ଥିଲେ।

ଇତି ଅବସରରେ ପ୍ରଥମ ପର୍ବରେ ଅଧ୍ୟକ୍ଷ ପ୍ରଫେସର ସାହୁ  ସ୍ଵାଗତ ସମ୍ଭାଷଣ ରଖିଥିଲେ ଓ ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ। ପରବର୍ତ୍ତୀ ପର୍ବରେ ମଞ୍ଚାସୀନ ସମସ୍ତ ଅତିଥି ମାନେ ଏହି ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହେଲେ ଶିକ୍ଷା,ଗବେଷଣା ଓ ଉଚ୍ଚ ଶିକ୍ଷା  କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଅଭିମତ ରଖିଥିଲେ। ପରବର୍ତ୍ତୀ ପର୍ବରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଫେସର କୁଞ୍ଜବିହାରୀ ଶତପଥୀ ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ ହେଲେ ଶିକ୍ଷା , ଗବେଷଣା ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏକ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି ହେବ ବୋଲି ମତ ପ୍ରକାଶ କରିଥିଲେ।

ଏହି ଅବସରରେ ପ୍ରଫେସର କୁଞ୍ଜବିହାରୀ ଶତପଥୀ ମହାବିଦ୍ୟାଳୟର ଅଧକ୍ଷ ଡ଼ା ବସନ୍ତ କୁମାର ସାହୁଙ୍କୁ ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ,ଅନୁଗୁଳର ଅନ୍ୟତମ ଶୈକ୍ଷିକ ଅଧିକାରୀ ଗଣିତ ବିଭାଗର ମୁଖ୍ୟ ଡକ୍ଟର ସ୍ମିତା ତପସ୍ଵିନୀ,ବାଣିଜ୍ୟ ବିଭାଗର ମୁଖ୍ୟା ଡକ୍ଟର ସୁଜ୍ଞାନୀ ରଥ,ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟା ସରିତା ପାଣି ଉପସ୍ଥିତ ରହି ସେମାନଙ୍କର ମତ ଉପସ୍ଥାପନ କରିଥିଲେ ସମସ୍ତଙ୍କର ଉପସ୍ଥିତରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ,ଅନୁଗୁଳ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ମଧ୍ୟ ରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା।

ଶୈକ୍ଷିକ ଅଧିକାରୀ ଡକ୍ଟର ସୁଜ୍ଞାନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ କାର୍ଯ୍ୟ କ୍ରମର ଆବାହକ ତଥା ସଂଯୋଜକ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ଗୌରୀ ଶଙ୍କର ଯୁଗ ପ୍ରକାଶ ଜେନା ସଂଯୋଜନା କରିଥିଲେ। ମହାବିଦ୍ୟାଳୟର ସମସ୍ତ ବିଭାଗର ଶିକ୍ଷା କର୍ମଚାରୀ ଓ ଅଣଶିକ୍ଷକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।