ପ୍ରତିଭା ଓ ବ୍ୟକ୍ତିତ୍ୱ

ଅନୁଗୁଳ କଲେଜ୍‌ ଗଣିତ ଅନରସ୍‌ରେ କୀର୍ତ୍ତି କରିନା ଟପର

By Biswaranjan Pattnaik

June 26, 2024

 

ଅନୁଗୁଳ: ନିକଟରେ ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କଲେଜ୍‌ର ସ୍ନାତକ ବିଜ୍ଞାନ ବିଭାଗ ଗଣିତ ଅନରସ୍‌ରେ କୀର୍ତ୍ତି କରୀନା ସାହୁ ଟପର ହେବା ସହ ଡିସଟିଂସନ୍‌ ପାଇଛନ୍ତି।ସେ

ପରୀକ୍ଷାରେ ୯.୪୨ ସିଜିପିଏ ହାସଲ କରିଛନ୍ତି। ପିଲାଟି ଦିନରୁ ମେଧାବୀ କୀର୍ତ୍ତି କରିନା ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ପୁରସ୍କୃତ ହୋଇଛନ୍ତି। କୀର୍ତ୍ତି ଅନୁଗୋଳ ନିବାସୀ‌ଜୟନ୍ତ କୁମାର ସାହୁ ଓ ରୋଜାଲିନ ସାହୁଙ୍କ କନ୍ୟା ଅଟନ୍ତି। ଅନୁଗୁଳ କଲେଜ୍‌ ପକ୍ଷରୁ ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ ଏକ ସମାରୋହରେ ସୁଶ୍ରୀ କୀର୍ତ୍ତିଙ୍କୁ ସମ୍ବର୍ଧିତ କରିଥିଲେ।