ଅନୁଗୁଳ: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଚିଠି ସଂଖ୍ୟା ୫୬୧୬ ତା ୨.୬.୨୦୨୬ ଅନୁସାରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲଙ୍କ କଳାହାଣ୍ଡି ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟକୁ ବଦଳି କରାଯାଇଛି। ଡ଼ା ପଟେଲ ଅନୁଗୁଳ କଲେଜର ଦାୟିତ୍ଵ ନେବା ପରେ ଏହାର ଅନେକ ଉନ୍ନତି କରାଇଥିଲେ। ବର୍ଦ୍ଧିତ ଶ୍ରେଣୀ କକ୍ଷ ଠାରୁ, ବିଜ୍ଞାନାଗାର, ବୃକ୍ଷ ରୋପଣ ଆଦି କରି କଲେଜର ପରିବେଶ ବଦଳାଇଥିଲେ। ନାକୋ ମାନ୍ୟତା ଫେରି ପାଇବାରବ୍ୟବସ୍ଥାରେ ତାଙ୍କର ମୁଖ୍ୟ ସହଯୋଗ ମଧ୍ୟ ରହିଥିଲା ।