ମୁଖ୍ୟ ଖବର

ନାରୀ ନିର୍ଯାତନାକୁ କଂଗ୍ରେସର ବିରୋଧ: ମହିଳାଙ୍କ ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲା ଅନୁଗୁଳ ଜିଲ୍ଲା କଂଗ୍ରେସ

By Angul TV Bureau

March 10, 2025

ଅନୁଗୁଳ: ନାରୀ ନିର୍ଯାତନାକୁ ବିରୋଧ କରିବା ସହ ମହିଳାଙ୍କ ସୁରକ୍ଷା ଦାବିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ଅନୁଗୁଳ ଜିଲ୍ଲା କଂଗ୍ରେସ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି।

ଅନୁଗୁଳ କଂଗ୍ରେସ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନରୁ ଏକ ବିରାଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, ଜିଲ୍ଲା ପର୍ଯ୍ୟବେକ୍ଷକ ଲଲାଟେନ୍ଦୁ ଦାସ ପ୍ରମୁଖ ଏ ଆନ୍ଦୋଳନର ଆବଶ୍ୟକତା ନେଇ ବୁଝାଇବା ସହ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଥିଲେ।

ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସ୍ମାରକପତ୍ର ଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଫକିର ଦାସ, ପ୍ରଫୁଲ୍ଲ ଦାସ, ହିମାଂଶୁ ଚାଉଳିଆ, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର, ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ବଲବୀର ସିଂହ, ଗୋବିନ୍ଦ ନାଏକ, ଉମେଶ ଚନ୍ଦ୍ର ସାହୁ, ସୂର୍ଯ୍ୟମଣି ସାହୁ, ସୁଶାନ୍ତ ସାମଲ, ନୀଳକଣ୍ଠ ନାଏକ, ସହଦେବ ବେହେରା, ଚିତ୍ତରଞ୍ଜନ ନାଏକ, ବିନୋଦ ମାଝୀ, ମୁନା ପଟ୍ଟନାୟକ, ଜୟନ୍ତ ସାହୁ, କେଶବ ଭୂତିଆ, ଚିତ୍ତରଞ୍ଜନ ସାହୁ, ନୀଲକମଲ ସେଠି, ମାଣିକ ପ୍ରଭା, କସିଦା ଖାନ, ଗୋପାଳ ନାଥ, କୁମୁଦ ବନ୍ଧୁ ଧର, ରଶ୍ମି ରଞ୍ଜନ ସାହୁ, ରାକେଶ ମିଶ୍ର, ଶିଶିର ପାଳ, ପୀତବାସ ସାହୁ, ହିମାଂଶୁ ଧଳ, ସଲିଳ ଷଡ଼ଙ୍ଗୀ, ବିଦ୍ୟାଧର ପ୍ରଧାନ, ଆଲୋକ ଦେହୁରୀ, ସନ୍ତୋଷ ଦେହୁରୀ ପ୍ରମୁଖ ସହସ୍ରାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।