ମୁଖ୍ୟ ଖବର

ଅନୁଗୁଳ ଡେଲି ଓ ମାଛ ମାର୍କେଟର ହେବ ଅତ୍ୟାଧୁନିକ କାୟାକଳ୍ପ: ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିପିଆର ପ୍ରସ୍ତୁତି ଆରମ୍ଭ

By Angul TV Bureau

May 22, 2026

ଅନୁଗୁଳ: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କ ପୂର୍ବ ଅନୁଗୁଳ ଗସ୍ତ ସମୟରେ ଅନୁଗୁଳ ପୌରପାଳିକା ଅଧୀନସ୍ଥ ଡେଲି ମାର୍କେଟ ଓ ମାଛ ମାର୍କେଟ ପରିଦର୍ଶନ କରିଥିଲେ। ଏହି ଦୁଇ ମାର୍କେଟକୁ ଅତ୍ୟାଧୁନିକ ଭିତ୍ତିଭୂମି ସହ ନୂତନ ଭାବେ ନିର୍ମାଣ କରିବା ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳ ଓ ପୌରପାଳିକା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏହି କ୍ରମରେ ନଗର ଉନ୍ନୟନ ବିଭାଗରୁ ଆସିଥିବା ଟିମ୍ ସହ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ବିସ୍ତୃତ ଆଲୋଚନା କରିଛନ୍ତି। ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ବେଳେ ଉଭୟ ମାର୍କେଟର ପରିସୀମା, ପର୍ଯ୍ୟାପ୍ତ ପାର୍କିଂ ସୁବିଧା ଏବଂ ସମସ୍ତ ଦୋକାନୀଙ୍କ ପାଇଁ ମୌଳିକ ସୁବିଧା-ସୁଯୋଗକୁ ପ୍ରାଥମିକତା ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଆଲୋଚନା ସମୟରେ ଅନୁଗୁଳ ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଏବଂ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।