ମୁଖ୍ୟ ଖବର

ଚମକିବ ଅନୁଗୁଳ ଡେଲି ମାର୍କେଟ୍‌, କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

By Angul TV Bureau

November 11, 2025

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳ ପୌରପାଳିକାର ସର୍ବପୁରାତନ ଡେଲିମାର୍କେଟର ଉନ୍ନତୀକରଣ ପାଇଁ ବଜାର ପରିଦର୍ଶନ କରିଛନ୍ତି। ପରିବା ମାର୍କେଟର ସମ୍ମୁଖ ଭାଗର ସୌନ୍ଦର୍ଯ୍ୟୀକରଣ, ପୁରାତନ ଦୋକାନ ଘରର ଉନ୍ନତୀକରଣ, ମୁଖ୍ୟ ରାସ୍ତାର ଡ୍ରେନ୍‌ ନିର୍ମାଣ, ମାର୍କେଟର ଦୁଇ ପାର୍ଶ୍ବରେ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ, ପଛ ପାଖରେ ଦୁଇଚକିଆ ପାର୍କିଂ ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟର ଏଷ୍ଟିମେଟ ପ୍ରସ୍ତୁତ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ପରିଦର୍ଶନ ସମୟରେ ଡିଏମଏଫର ଯନ୍ତ୍ରୀ ଓ ପୌରପାଳିକାର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।