ଅନୁଗୁଳ: ଅନୁଗୁଳ ଡ଼ିଫେନ୍ସ ଭେଟରାନର ବାର୍ଷିକ ସମାବେଶ କୁକୁଡ଼ାଙ୍ଗ ସତ୍ୟନାରାୟଣ ଉଦ୍ୟାନ ରେ ଅନୁଷ୍ଠିତ ହୋଇ ଯାଇଛି।ଏହି ସମାବେଶରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ୨୦୦ ରୁ ଅଧିକ ଅବସରପ୍ରାପ୍ତ ସୈନିକ ତଥା ସେନା ଅଧିକାରୀ ଯୋଗ ଦେଇଥିଲେ।ସମାବେଶରେ ୨୦୨୫ ରେ ଅନୁଗୁଳ ଡିଫେନସ୍ ଭେଟରାନର ସଂଗଠନ ହବ୍ ଇନ୍ ଚାର୍ଜ ନିଯୁକ୍ତି,ସେନା କର୍ମଚାରୀଙ୍କ ପେନସନ, ବ୍ୟାଙ୍କ୍, ଲାଇଫ ସାର୍ଟିଫିକେଟ ସମସ୍ୟା, କ୍ୟାଣ୍ଟିନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା ହୋଇଥିଲା।
ସମାରୋହରେ କ୍ୟାପଟେନ ଏସଏନ୍ ମହାନ୍ତି, ଭେଟରାନ ବନମାଳୀ ନାୟକ, ବର୍ଷୀୟାନ ଭେଟେରାନ ଭାଗବତ ପ୍ରଧାନ,ନିର୍ବାଚନ କମିଟି ସଦସ୍ୟ ଯୁଗଳ କିଶୋର ସାହୁ,ଚିତ୍ତ ରଞ୍ଜନ ନାଥଙ୍କ ସମେତ ସମସ୍ତ ହବ୍ ଇନ୍ ଚାର୍ଜ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ସ୍ମୃତି ଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଗୁଳ ଡିଫେନ୍ସ ଭେଟେରାନର ସଭାପତି ଅନିଲ କୁମାର ମହାନ୍ତି ଏବଂ ଉପସଭାପତି ରଞ୍ଜିତ ଜେନାଙ୍କ ତତ୍ବାବଧାନରେ ଏହି ବାର୍ଷିକ ସମାବେଶ ସମ୍ପନ୍ନ ହୋଇଥିଲା।