ମୁଖ୍ୟ ଖବର

ଅନୁଗୁଳ DIETକୁ ଓଡ଼ିଶାରେ ଶ୍ରେଷ୍ଠ DIET ସମ୍ମାନ: ସ୍ମାରକୀ ସ୍ତମ୍ଭ ଉନ୍ମୋଚିତ

By Angul TV Bureau

September 12, 2025

ଅନୁଗୁଳ: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ମୁଖ୍ୟମନ୍ତ୍ରୀ ପୁରସ୍କାର ୨୦୨୪-୨୫ରେ ଓଡ଼ିଶାର ‘ଶ୍ରେଷ୍ଠ DIET’ ଭାବେ ସମ୍ମାନିତ ହୋଇଛି। ଏହି ଐତିହାସିକ ସଫଳତା ପାଇଁ ଛେଣ୍ଡିପଦା DIET କ୍ୟାମ୍ପସରେ ଏକ ସ୍ମାରକୀ ସ୍ତମ୍ଭ ଉନ୍ମୋଚନ ଓ ଜିଲ୍ଲାର ସମସ୍ତ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସ୍ମାରକୀ ସ୍ତମ୍ଭକୁ ଉନ୍ମୋଚନ କରିଥିଲେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଜିଲ୍ଲାର ୪ ଜଣ ସିଆର୍‌ସିସି ଓ ୮ ଜଣ ପ୍ରାଥମିକ ଶିକ୍ଷକଙ୍କୁ ବିଧାୟକ ଶ୍ରୀ ବେହେରା ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ସିଆରସିସି ଓ ଶିକ୍ଷକମାନେହେଲେ ଅନୁଗୁଳର ଶରତ କୁମାର ମହାରଣା, ପାଳଲହଡ଼ାର ଦିବାକର ବେହେରା, ଆଠମଲିକର ଦୁର୍ମଳ ବେହେରା ଓ ତାଳଚେରର ପ୍ରତିମା ତରାଇ ଏବଂ ଶିକ୍ଷକଙ୍କ ମଧ୍ୟରେ ବିଶ୍ଵପୂଜ୍ୟ ସ୍ଵାଇଁ, ଗିରୀଶ ଚନ୍ଦ୍ର ବେହେରା, ଦୁର୍ଯ୍ୟୋଧନ ମହାନ୍ତି,ସମୀର କୁମାର ସାହୁ, ମହେଶ୍ଵର ମେହେର, ଅନିତା ସିଂ, ମନୋଜ କୁମାର ପାତ୍ର ଓ କରୁଣାକର ସାହୁ।

DIET ର ଅଧ୍ୟକ୍ଷ ବିକ୍ରମ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଓ ତହସିଲଦାର ମାନସ ରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଶିକ୍ଷକ ପ୍ରଶିକ୍ଷକ ମଦନ ସୁନ୍ଦର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଶିକ୍ଷକ ରାମକୃଷ୍ଣ ପରିଚ୍ଛା ମଞ୍ଚ ସଂଯୋଜନା କରିଥିଲେ । ଶିକ୍ଷକ ପ୍ରଶିକ୍ଷିକା ମମିତା ସାହୁ ଧନ୍ୟବାଦ ଦେଇଥିଲେ। ଶିକ୍ଷକ ପ୍ରଶିକ୍ଷକ ଡ. ଗଣେଶ୍ବର ସାହୁ ଓ ଛୋଟରାୟ ଟୁଡୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।