ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନରେ ଅମ୍ବିକା ଭଟ୍ଟ ଗୋଷ୍ଠୀର ବିପୁଳ ବିଜୟ ଘଟିଛି ଏବଂ ଦୀର୍ଘ ବର୍ଷ ପରେ ଅକ୍ଷୟ ସାମନ୍ତ ହାରିବା ସହ ତାଙ୍କ ପତିଆରା ମଧ୍ୟ କ୍ଷୁର୍ଣ୍ଣ ହୋଇଛି।ପ୍ରାକ୍ ନିର୍ବାଚନୀ ସମୟରେ ସଭାପତି ଅମ୍ବିକା ଭଟ୍ଟ ସମ୍ପାଦକ ଅକ୍ଷୟ ସାମନ୍ତଙ୍କ ମଧ୍ୟରେ ଥିବା ମତାନ୍ତର ଗଣ ମାଧ୍ୟମରେ ବେଶ ପ୍ରକାଶ ପାଇଥିଲା। ସେ ଦୃଷ୍ଟି କୋଣରୁ ନିର୍ବାଚନରେ କଡା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା। କିନ୍ତୁ ଅମ୍ବିକା ଭଟ୍ଟଙ୍କ ରଣ କୌଶଳ ଆଗରେ ଅକ୍ଷୟ ସାମନ୍ତ ଫିକା ପଡ଼ିଯାଇ ଥିଲେ। ଆଜିର ନିର୍ବାଚନରେ ସଭାପତି ପଦପାଇଁ ଅମ୍ବିକା ଭଟ୍ଟ ବିଭୂତି ଦାସଙ୍କୁ,ସମ୍ପାଦକ ପଦ ପାଇଁ ସନ୍ତୋଷ ଦାସ, ଅକ୍ଷୟ ସାମନ୍ତଙ୍କୁ, ଯୁଗ୍ମ ସମ୍ପାଦକ ଭାବେ ବ୍ରଜବନ୍ଧୁ ସାହୁ ଗୌତମ ସାହୁଙ୍କୁ, ଜିତେନ୍ଦ୍ର ସାହୁ ବିଜୟ ଦେହୁରୀଙ୍କୁ,ପ୍ରମୋଦ ବ୍ରହ୍ମା ଶୁଭିତ୍ କୁମାର ଦାସ ଙ୍କୁ,କେଶବ ବେହେରା ସଞ୍ଜୀବ କୁମାର ସ୍ୱାଇଁ ଙ୍କୁ ଏବଂ କୋଷାଧ୍ୟକ୍ଷ ଭାବେ ରଜତ ମହାପାତ୍ର ସୁନିଲ ବେହେରାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ।