ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୈଠକ, ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱାରୋପ

By Angul TV Bureau

April 09, 2023

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଛେଣ୍ଡିପଦା ଜୋରଡା ସ୍ଥିତ ବାୟାଣୀ ପୀଠରେ ଏକ ବୈଠକ ବସିଛି। କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଯୋଗଦେଇ କୃଷକଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ। ଏଥିସହ ଆଗାମୀ ଦିନରେ ଏ ସମସ୍ୟାକୁ ନେଇ ବିଜେପି ଆନ୍ଦୋଳନ କରିବାକୁ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ବିଭୂତି ସାହୁ, ଜିଲ୍ଲା ବୁଦ୍ଧିଜୀବୀ ପ୍ରକୋଷ୍ଠର ସଂଯୋଜକ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ, ମଣ୍ଡଳ ସଭାପତି ରୁଦ୍ର ମୋହନ ଦାସ, ଦିଲ୍ଲୀପ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ, ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ହୃଷିକେଶ ପ୍ରଧାନ, ସାରଙ୍ଗ ଜେନା, ସୁଦର୍ଶନ ଗୁରୁଜୀ, ଲୁଲୁ ପଟ୍ଟନାୟକ, ଯୁବମୋର୍ଚ୍ଚା ସଭାପତି ତପନ ଦେବତା, ରଞ୍ଜନ ଦେବତା, ମହିଳା ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ସରିତା ମିଶ୍ର, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ପୃଷ୍ଟି, କୃଷକ ମୋର୍ଚ୍ଚା ଜିଲ୍ଲା ଆଇଟି କୋ-ଅଡିନେଟର ନୀଳକଣ୍ଠ ସାହୁଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।