ଅନ୍ୟାନ୍ୟ

କାନ୍ଥରେ ଅଙ୍କାଯିବ ପଦ୍ମ: କାନ୍ଥଲିଖନ ଆରମ୍ଭ କଲା ଅନୁଗୁଳ ଜିଲ୍ଲା ବିଜେପି

By Angul TV Bureau

April 07, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ କାନ୍ଥ ଲିଖନ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଅନୁଗୁଳ ବିଧାନସଭା ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡରେ ଏହାକୁ ଆରମ୍ଭ କରିଛନ୍ତି। ଏହି ୱାର୍ଡ କାଉନସିଲର ସ୍ନେହଲତା ମହାରଣାଙ୍କ କାନ୍ଥରୁ ଏହା ଆରମ୍ଭ ହୋଇଛି।

ଏ ଅବସରରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାନ୍ଥ ଲିଖନ ପ୍ରଭାରୀ ଶ୍ରୀରଞ୍ଜନ ମଙ୍ଗରାଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଅନୁଗୁଳ ବିଧାନସଭା ପ୍ରଭାରୀ ଯଯାତି ପଟ୍ଟନାୟକ, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଗଙ୍ଗାଧର ପଟ୍ଟନାୟକ, ବିଶ୍ଵଜିତ ମିଶ୍ର, ଅରୁଣ କୁମାର ପୁଷ୍ପାଳକ, ରବିନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ସମଗ୍ର ଜିଲ୍ଲାରେ ପ୍ରତି ୱାର୍ଡରେ ସର୍ବନିମ୍ନ ପାଞ୍ଚଟି ଲେଖାଏଁ ପଦ୍ମଫୁଲ ଅଙ୍କାଯିବାକୁ ଯୋଜନା କରାଯାଇଛି।