ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନୂଆ ଟିମ୍ ଦାୟିତ୍ୱ ନେଲେ: ‘ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା’ ଲକ୍ଷ୍ୟ

By Angul TV Bureau

May 27, 2026

ଅନୁଗୁଳ: ନବ ନିଯୁକ୍ତ ଅନୁଗୁଳ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ସଦସ୍ୟମାନେ ଆଜି ଜିଲ୍ଲାପାଳ ଅବଦଲ ଅଖତରଙ୍କୁ ଭେଟି ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସହ ସଦସ୍ୟ ବିଭୂତି ଭୂଷଣ ପଟ୍ଟନାୟକ, ସନ୍ତୋଷ କୁମାର ବେହେରା, ସଦସ୍ୟା ସଙ୍ଗୀତା ମହାନ୍ତି ଓ ମଧୁସ୍ମିତା ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଦାୟିତ୍ୱ ଗ୍ରହଣ ପରେ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଛନ୍ତି, ‘ଶିଶୁ ମୁହଁରେ ହସ ଫୁଟାଇବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆହୁରି କହିଛନ୍ତି ଯେ, ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ କମିଟି ତରଫରୁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରାଯିବ। ଶିଶୁମାନଙ୍କ ଅଧିକାର ସୁରକ୍ଷା, ପୁନର୍ବାସ ଓ କଲ୍ୟାଣ ଦିଗରେ ନୂଆ କମିଟି ତତ୍ପରତାର ସହ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।