ମୁଖ୍ୟ ଖବର

ଶିକ୍ଷା ବ୍ୟବସ୍ଥାର ବିଫଳତା ନେଇ ଅନୁଗୋଳ ଜିଲ୍ଲା କଂଗ୍ରେସର ପ୍ରତିବାଦ

By Angul TV Bureau

June 27, 2026

ଅନୁଗୋଳ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ କଡ଼ା ସମାଲୋଚନା କରିଛି ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି। ଆଜି ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି ଯେ, NEET ପରୀକ୍ଷା ପରିଚାଳନାରେ ହୋଇଥିବା ଅନିୟମିତତା ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି।

ପ୍ରଦେଶ କଂଗ୍ରେସ ମୁଖପାତ୍ର ଜ୍ୟୋତି ପ୍ରକାଶ ରଥ କହିଛନ୍ତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅନୁଗୋଳର ହୋଇଥିଲେ ମଧ୍ୟ NEET ଓ CBSE ପ୍ରଶ୍ନପତ୍ର ଲିକ୍ ଘଟଣା ଜିଲ୍ଲା ପାଇଁ ଅପମାନଜନକ। ଏଥିସହ ରାଜ୍ୟ ସରକାରଙ୍କ ପାଠ୍ୟପୁସ୍ତକରେ ରହିଥିବା ଭୁଲ ଓ ଛାତ୍ରଛାତ୍ରୀଙ୍କୁ ବହି ଯୋଗାଣରେ ବିଳମ୍ବ ସରକାରଙ୍କ ଦାୟିତ୍ୱହୀନତାର ପରିଚୟ ଦେଉଛି। ବଢ଼ୁଥିବା ବେକାରୀ ଓ ଶିକ୍ଷା କ୍ଷେତ୍ରରେ ବିଫଳତା ବିରୋଧରେ କଂଗ୍ରେସ ଏବେ ଛାତ୍ର ଓ ଯୁବ ସମାଜକୁ ଏକଜୁଟ କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।