ମୁଖ୍ୟ ଖବର

ବାହାର ଠିକାଦାରଙ୍କୁ ଅନୁଗୁଳ ମନା!

By Angul TV Bureau

January 05, 2026

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ସଭାପତିଙ୍କ ସଭାପତିତ୍ୱରେ ବରିଷ୍ଠ ଠିକାଦାରଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଠିକା କାମଗୁଡିକୁ ଅଳ୍ପ ମୂଲ୍ୟରେ ନେଇ ନିମ୍ନମାନର କାମ ହେଉଥିବାରୁ ଆଜିଠାରୁ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ବାହାରୁଥିବା ସମସ୍ତ ଟେଣ୍ଡର୍‌ଗୁଡ଼ିକୁ ଠିକାଦାରମାନେ Schedule of Rate (SOR) ଅନୁଯାୟୀ ପକାଇବେ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି, ବାହାର ଜିଲ୍ଲାର ସମସ୍ତ ଠିକାଦାରମାନଙ୍କୁ ଅନୁଗୁଳ ଜିଲ୍ଲାରେ ଟେଣ୍ଡର୍ ପକାଇବାକୁ ବାରଣ କରାଯାଇଛି। ଏହି ନିଷ୍ପତ୍ତି ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଘୋଷଣା କରାଯାଇଛି।

ଏହି ବିଷୟରେ ଅଧିକ ବିସ୍ତୃତ ଆଲୋଚନା ଓ ଆଗାମୀ ରଣନୀତି ପ୍ରସ୍ତୁତି ପାଇଁ ଆସନ୍ତା ୯ ତାରିଖରେ ଜିଲ୍ଲାର ସମସ୍ତ ଠିକାଦାରଙ୍କୁ ନେଇ ଅନୁଗୁଳ ଠାରେ ପୁନଃ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ସେଠାରେ ସମସ୍ତେ ଯୋଗ ଦେବାକୁ ଅନୁରୋଧ କରାଯାଇଛି।