ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ବୃହତ ରକ୍ତଦାନ ଶିବିର: ୧୧୦ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

April 30, 2026

ଅନୁଗୁଳ: ମାନବ ସେବା ହିଁ ମାଧବ ସେବା-ଏହି ସଂକଳ୍ପକୁ ପାଥେୟ କରି ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ଆନୁକୂଲ୍ୟରେ ଏକ ବୃହତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ସଦର ମହକୁମା ସଭାଘରଠାରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୋଟ ୧୧୦ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି।

​ଏହି କାର୍ଯ୍ୟକ୍ରମକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ବେହେରା ନିଜେ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିଲେ।

​ଶିବିର ପରିଚାଳନାରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସକ୍ରିୟ ସହଯୋଗ କରିଥିବା ବେଳେ ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡେଟମାନେ ସ୍ୱେଚ୍ଛାସେବୀ ଭାବେ ନିୟୋଜିତ ଥିଲେ। ଶେଷରେ ସଂଘର ସାଧାରଣ ସମ୍ପାଦକ ସୁବୋଧ କୁମାର ମହାପାତ୍ର ସମସ୍ତ ଅତିଥି, ରକ୍ତଦାତା ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।