ଅନୁଗୁଳ: ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଆଜି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସମସ୍ତ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ବିଶେଷ କରି ପୂର୍ତ୍ତ ବିଭାଗର ନୂତନ ନିୟମ ରଦ୍ଦ କରି ନେଗେଟିଭ୍ ବିଡ୍ ବନ୍ଦ କରିବା, ପ୍ରତିବର୍ଷ ନିୟମିତ ଭାବେ Schedule of Rate (SOR) ସଂଶୋଧନ କରିବା ଏବଂ ସମଗ୍ର ରାଜ୍ୟରେ ଏକାଭଳି କାର୍ଯ୍ୟଦକ୍ଷତା ନିୟମ ଲାଗୁ କରିବା ପାଇଁ ସଂଘ ଦାବି କରିଛି।
ଏହା ସହିତ ସର୍ଟ ଟେଣ୍ଡରର ପରିସୀମାକୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, କାର୍ଯ୍ୟାଦେଶ ସମୟସୀମା ବୃଦ୍ଧି ବେଳେ ପେନାଲ୍ଟି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବାଦ୍ ଦେବା, ସଚଳ ଲଘୁ ଖଣିଜ ତାଲିକା ପ୍ରସ୍ତୁତ କରିବା ଏବଂ WAMIS କୁ ପୂର୍ତ୍ତ ବିଭାଗକୁ ସ୍ଥାନାନ୍ତର କରିବା ଭଳି ଦାବି ଉପରେ ଗୁରୁତ୍ୱ ଦିଆଯାଇଛି। ସରକାର ଏହି ଦାବିଗୁଡ଼ିକୁ ତୁରନ୍ତ ବିଚାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଜିଲ୍ଲା ଠିକାଦାର ସଂଘ ଚେତାବନୀ ଦେଇଛି।