ଅନୁଗୁଳ: ଆଜି କଦମ ପଡ଼ିଆରେ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ନବ ନିର୍ବାଚିତ କର୍ମକର୍ତ୍ତା ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଚଳିତ ନିର୍ବାଚନରେ ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପତି,ପ୍ରଭାତ କୁମାର ସିହ୍ନା ଓ ଅରୁଣ ପୁଷ୍ପାଳକ ଉପସଭାପତି,ଗଙ୍ଗାଧର ପଟ୍ଟନାୟକ, ସତ୍ୟେନ୍ଦ୍ର ପ୍ରଧାନ ଯୁଗ୍ମ ସମ୍ପାଦକ ଏବଂ ରଞ୍ଜନ ଧିର ସାମନ୍ତ କୋଷାଧ୍ୟକ୍ଷ ରୂପେ ଶପଥ ନେଇଥିଲେ। ବରିଷ୍ଠ ଆଇନଜୀବି ତଥା ସଂଘର ନିର୍ବାଚନ ଅଧିକାରି ଭୂପେଶ ଚନ୍ଦ୍ର ପ୍ରଧାନ ସମସ୍ତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ।
ମାୟାଧର ମିଶ୍ର କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଏଥିସହିତ ସଂଘ ଇତିହାସରେ ପ୍ରଥମ ଥର ୪ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଛି। ଏହି ସମାରୋହରେ ସଂଘର ସମସ୍ତ ସଭ୍ୟ ଯୋଗ ଦେଇଥିଲେ।