ଅନ୍ୟାନ୍ୟ

ଧୁମଧାମରେ ପାଳିତ ହେଲା ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ; ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଯୁବ ସମାଜସେବୀ

By Angul TV Bureau

April 02, 2026

ଅନୁଗୁଳ: ପବିତ୍ର ଉତ୍କଳ ଦିବସ ଓ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ସାମାଜିକ ସଂଗଠନ ‘ଆମ ଅନୁଗୁଳ’, ‘ଲାଇଫ୍ ଫର ଅନୁଗୁଳ’ ଏବଂ ‘ଫାଇଟ୍ ଫର ଅନୁଗୁଳ’ ପକ୍ଷରୁ ମିଳିତ ଭାବେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଅନୁଗୁଳ ମାଟିର ବରପୁତ୍ରମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆୟୋଜିତ ବାର୍ଷିକ ବୈଠକ ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମେତ ଅନୁଗୁଳର ବୀର ସନ୍ତାନ ରାଜା ସୋମନାଥ ସିଂ ଜଗଦେବ, ପବିତ୍ର ମୋହନ ପ୍ରଧାନ, କବି ରାଧାମୋହନ ଗଡ଼ନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ସଂଗଠନର କର୍ମକର୍ତ୍ତା କିଶୋର କୁମାର ସାହୁ, ସଞ୍ଜୀବ ସାହୁ, ପ୍ରକାଶ ଚନ୍ଦ୍ର ଭୋଇ, ରାଜେଶ ମିଶ୍ର, ରାକେଶ ପ୍ରଧାନ, ରାହୁଲ ମହାପାତ୍ର ଓ ବାପୁନ ବେହେରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିକାଶ ଓ ଐତିହ୍ୟର ସୁରକ୍ଷା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ସଂଗଠନର ଏହି ପ୍ରୟାସକୁ ବେଶ୍ ପ୍ରଶଂସା କରାଯାଇଛି।