ମୁଖ୍ୟ ଖବର

କୋଇଲା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅନୁଗୁଳ ଜିଲ୍ଲା ୧ ନମ୍ବର

By Angul TV Bureau

November 24, 2025

ଅନୁଗୁଳ: କୋଇଲା ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ଅନୁଗୁଳ ଜିଲ୍ଲା ୧ ନମ୍ବର ସ୍ଥାନ ହାସଲ କରିଛି ବୋଲି କୋଇଲା ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ କୋଇଲା ଉତ୍ପାଦନ ହେଉଛି। ସୂଚନା ଅନୁସାରେ ଅନ୍ୟ ସମସ୍ତ ଜିଲ୍ଲା ମଧ୍ୟରୁ ଅନୁଗୁଳରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୯୬.୭୩୪ ମିଲିଅନ୍‌ ଟନ୍‌, ୨୦୨୨-୨୩ରେ ୧୧୨.୬୯୬ ମିଲିଅନ୍‌ ଟନ୍‌ ଓ ୨୦୨୩-୨୪ରେ ୧୧୫.୦୬୨ ମିଲିଅନ୍‌ ଟନ୍‌ ଉତ୍ପାଦିତ ହୋଇଛି।

ସୂଚନାଯୋଗ୍ୟ ଯେ ଅନୁଗୁଳରେ ତାଳଚେର ହିଙ୍ଗୁଳା ଖଣି, ତାପଜ ବିଦ୍ୟୁତ କେନ୍ଦ୍ର, ନବରତ୍ନ ନ୍ୟାସନାଲ ଆଲୁମିନିୟମ କମ୍ପାନୀର ସ୍ମେଲଟର ପ୍ଲାଣ୍ଟ ଓ ନିଜସ୍ବ ତାପଜ ବିଦ୍ୟୁତ କେନ୍ଦ୍ର, ଏନ୍‌ଟିପିସି, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍‌ପିଏଲ) ସହ ଅନେକ ଛୋଟବଡ଼ ଶିଳ୍ପସଂସ୍ଥା ଗଢ଼ିଉଠିଛି। ସେହିପରି ତାଳଚେର ବ୍ଲକ୍‌ରେ କୋଲ ଇଣ୍ଡିଆ ଲିମିଟେଡ(ସିଆଇଏଲ୍‌)ର ମହାନଦୀ କୋଲ ଫିଲ୍ଡ ଲିମିଟେଡ଼(ଏମ୍‌ସିଏଲ) ଦ୍ବାରା କୋଇଲା ଉତ୍ତୋଳନ କରାଯାଇ ଭଲ ବ୍ୟବସାୟ କରୁଛି। କୋଇଲା ଉତ୍ପାଦନକୁ ବୃଦ୍ଧିକରି ଜିଲାରେ ଗଚ୍ଛିତ ଥିବା କୋଲା ବ୍ଲକ୍‌ର ସନ୍ଧାନକରିଛି ସିଆଏଲ୍‌। ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ସେଣ୍ଟ୍ରାଲ ମାଇନ୍‌ ପ୍ଲାନିଂ ଆଣ୍ଡ ଡିଜାଇନ ଇନ୍‌ଷ୍ଟିଚ୍ୟୁଟ୍‌(ସିଏମ୍‌ପିଡିଆଇ) ଦ୍ବାର ସର୍ଭେ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସର୍ଭେରେ କେବଳ ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରେ ୩୬ଟି କୋଲ ବ୍ଲକ୍‌ର ସନ୍ଧାନ କରାଯାଇଛି। ଏଥିରେ ପ୍ରାୟ ୪୦ ହଜାର ମିଲିଅନ୍‌ ଟନ୍‌ କୋଇଲା ଗଚ୍ଛିତଥିବା ଆକଳନ କରାଯାଇଛି। ଏଥିସହ ୩୩ଟି କୋଲ୍‌ ବ୍ଲକ୍‌ ମଧ୍ୟରୁ କେତେଗୁଡ଼ିଏ ନିଲାମ ହୋଇଥିବା ବେଳେ କେତେଗୁଡ଼ିଏ ନିଲାମ ଅପେକ୍ଷାରେ ରହିଥିବା ସୂଚନା ମିଳିଛି।