ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ବରିଷ୍ଠ ନାଗରିକ ତିର୍ଥଯାତ୍ରା ଯୋଜନା ଆରମ୍ଭ

By Swagatika Samantray

January 17, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବରିଷ୍ଠ ନାଗରିକ ତିର୍ଥ ଯାତ୍ରା ଯୋଜନା ମଙ୍ଗଳବାର ଶୁଭାରମ୍ଭ ହୋଇଛି। ଅପରାହ୍ନରେ ୨୦୧୯-୨୦ ଆର୍ଥିକ ବର୍ଷର ବରିଷ୍ଠ ନାଗରିକ ତିର୍ଥ ଯାତ୍ରା ଯୋଜନା ୧୭ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଆଗ୍ରା, ମଥୁରା, ବୃନ୍ଦାବନ ଅଭିମୁଖେ ଯାତ୍ରୀମାନଙ୍କୁ ବସ ମାଧ୍ୟମରେ ପ୍ରଥମେ ସମ୍ବଲପୁର ରେଳ ଷ୍ଟେଷନ ପର୍ଯ୍ୟନ୍ତ ପଠାଯାଇ ସେଠାରୁ ୧୮ ତାରିଖରେ ରେଳ ଯୋଗେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଯିବ। ଏହି ତିର୍ଥ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବସ୍କୁ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ଜିଲ୍ଲା ପର୍ଯଟନ ଅଧିକାରୀ ଜଗଦୀଶ ରାଏଙ୍କସହ ଅନ୍ୟାନ୍ୟ କର୍ମଚାରୀ ଓ ଶୁଭେଛୁ ବୃନ୍ଦ ଉପସ୍ଥିତଥିଲେ।