ମୁଖ୍ୟ ଖବର

କାଲି ଟ୍ରକ ମାଲିକ ସଙ୍ଘ ନିର୍ବାଚନ: ଚେନ ଅବା ଚଏସ ଥିଓରୀ କାମ କରିବ??

By Biswaranjan Pattnaik

March 08, 2025

ଅନୁଗୁଳ: ଆସନ୍ତା କାଲି ଜିଲ୍ଲା ଟ୍ରକ ମାଲିକ ସଙ୍ଘ, ଅନୁଗୁଳର ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ପ୍ରାର୍ଥୀମାନେ ଜୋର ସୋର ପ୍ରଚାର ଚଳାଇଛନ୍ତି। ଚଳିତ ନିର୍ବାଚନ ପୂର୍ବର ନିର୍ବାଚନ ଠାରୁ ସାମାନ୍ୟ ଭିନ୍ନ ରଣନୀତିରେ ହେଉଛି। ଚଳିତ ବର୍ଷ ତ୍ରିକୋଣୀୟ ଲଢେଇ ହେଉଥିବା ବେଳେ ଏଥର ଚେନ ଥିଓରୀରେ ଲଢ଼ିବାକୁ ପ୍ରାର୍ଥୀ ମାନେ ପସନ୍ଦ କରିଛନ୍ତି। ଆଜିର ଡିଜିଟାଲ ଯୁଗରେ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରାର୍ଥୀଙ୍କୁ ଭେଟୁଛନ୍ତି କାଳେ ଭୋଟର ମନ ଊଣା କରିବେ!

ବିଭୁତି ଦାସଙ୍କ ଚେନ ଦୀର୍ଘ ଦିନ ଧରି କ୍ଷମତାରେ ଥିଲେ ଅନେକ କାମ କରିଥିଲେ ଅନେକ ବାକି ବି ରଖିଥିଲେ। ଏହାପରେ ଅମ୍ବିକା ଭଟ୍ଟଙ୍କ ଟିମ କ୍ଷମତାକୁ ଆସିଥିଲେ। କିନ୍ତୁ ଏହି ସମୟ ଭିତରେ କ୍ଷମତା କନ୍ଦଳ ଏବଂ ବିଭିନ୍ନପ୍ରସଙ୍ଗକୁ ନେଇ ବାଦ ବିବାଦ ଦେଖା ଦେଇଥିଲା। ତେଣୁ ଚଳିତ ଥର ଆଉ ଗୋଟିଏ ଚେନ ଆଗକୁ ଆସିଛି। ଅମରେଶ ସ୍ୱାଇଁଙ୍କ ନେତୃତ୍ୱରେ ଏହି ଯୁବ ଟିମ ଭୋଟର ମାନଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛନ୍ତି। ସଙ୍ଘର ପୁରୁଣା ସମସ୍ୟା ଦୂର କରିବା ସହ ଏକ ଟାଣୁଆ ସଙ୍ଘ ଗଢିବାକୁ ସେ ଭୋଟରଙ୍କୁ ପ୍ରତିଶୃତି ଦେଇଛନ୍ତି।

ତେବେ ଏଇ ନିକଟରେ ଅଫିସରୁ ଦସ୍ତାବିଜ ହରଣଚାଲ ହେବା ଭିଡିଓ ଭାଇରଲ ହେବା ପରେ ଅନେକ ଏହାକୁ ନା ପସନ୍ଦ କରୁଛନ୍ତି। ଭୋଟର ଏହା ଦ୍ୱାରା କେତେ ପ୍ରଭାବିତ ହେବେ ଏବଂ ଚେନ କି ନିଜ ଚଏସ ର ପ୍ରାର୍ଥୀଙ୍କୁ ଭୋଟ ଦେବେ ତାହା ସମୟ କହିବ। କିନ୍ତୁ ଯାହା ଆକଳନ ଯୁବ ଏବଂ ବରିଷ୍ଠଙ୍କ ମିଳିତ ସହଯୋଗରେ ସଙ୍ଘର ଆଗାମୀ କର୍ମକର୍ତା କ୍ଷମତାକୁ ଆସିବେ।