ଅନ୍ୟାନ୍ୟ

ବିଷୁବ ସଂକ୍ରାନ୍ତି ପରେ ପଣା ବାଣ୍ଟିଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା, ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇ ଜଣାଇଲେ ନବ ବର୍ଷର ଶୁଭେଚ୍ଛା

By Angul TV Bureau

April 14, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ନବ ନିର୍ବାଚିତ ସଂଘ ସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ, ସାଧାରଣ ସମ୍ପାଦକ ରଜତ ମହାପାତ୍ର, କୋଷାଧ୍ୟକ୍ଷ ଗୌତମଦେବ ସାହୁ, ସହ ସମ୍ପାଦକ ସୂର୍ଯ୍ୟକାନ୍ତ ସାମନ୍ତ, ସୁଶୀଲ ସ୍ୱାଇଁ, ପ୍ରମୋଦ ବ୍ରହ୍ମା, ମନୋଜ ଗୁପ୍ତା, ସଙ୍ଘ ସଦସ୍ୟ ଗଦାଧର ପ୍ରଧାନ, ସୁଧାକର ଦଳେଇ, ରାଜା ସିଂ, ବିଜୁ ପଟ୍ଟନାୟକ, ବାଉରୀବନ୍ଧୁ ମହାପାତ୍ର ପ୍ରମୁଖଙ୍କ ସମେତ ଟ୍ରକ ମାଲିକ ସଂଘର ଶତାଧିକ ସଦସ୍ୟ ଏ ଅବସରରେ ପରସ୍ପରଙ୍କୁ ଓଡ଼ିଆ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ।

ପରେ ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇଁ ପଥଚାରୀଙ୍କୁ ଥଣ୍ଡା ସର୍ବତ, ଦହିସର୍ବତ ପଣା ବଣ୍ଟନ କରାଯାଇଥିଲା। ପ୍ରାୟ ୨ହଜାରରୁ ଅଧିକ ଲୋକ ସର୍ବତ ପିଇଥିଲେ। ସେହିପରି ହନୁମାନ ବଜାର, ପିଟିସି ଛକ, ତୁରଙ୍ଗ ହିଙ୍ଗୁଳା କ୍ଲବ, କାଣ୍ଡସର ତାରିଣୀ ମନ୍ଦିର, କାଣ୍ଡସର ପିତାବଳୀ ଠାକୁରାଣୀ ପୀଠ ପ୍ରଭୃତି ସ୍ଥାନରେ ବାଟୋଇଙ୍କୁ ପଣା ବଣ୍ଟନ କରାଯାଇଥିବା ଜଣାଯାଇଛି।