ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ: ନାମାଙ୍କନ ଦାଖଲ ଆରମ୍ଭ

By Biswaranjan Pattnaik

March 01, 2023

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୫ ତାରିଖରେ ଅନୁଗୁଳ ଟ୍ରକ ମାଲିକ ସଂଘର ନିର୍ବାଚନ ହେବାକୁ ଥିବାବେଳେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ସଂଘ ସଭାପତି ଓ ସମ୍ପାଦକଙ୍କ ଗୋଷ୍ଠୀ ମଧ୍ୟରେ ତାଳମେଳ ନଥିବାରୁ ଚଳିତ ନିର୍ବାଚନରେ ଦୁଇ ଗୋଷ୍ଠୀ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। ସଭାପତିଙ୍କ ଗୋଷ୍ଠୀଙ୍କ ପକ୍ଷରୁ ଅମ୍ବିକା ଭଟ୍ଟ ସଭାପତି, ଅମରେଶ ସ୍ୱାଇଁ ଉପସଭାପତି,ରାଜକିଶୋର ପ୍ରଧାନ ଉପସଭାପତି -୨,ସନ୍ତୋଷ ଦାସ ସମ୍ପାଦକ, ଗୌତମ ସାହୁ ସହ ସମ୍ପାଦକ,ଜିତେନ୍ଦ୍ର ସାହୁ ସହ ସମ୍ପାଦକ-୨,ପ୍ରମୋଦ ବ୍ରହ୍ମା ସହ ସମ୍ପାଦକ -୩,କେଶବ ବେହେରା ସହ ସମ୍ପାଦକ -୪ ଓ ରଜତ ମହାପାତ୍ର କୋଷାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ସେହିଭଳି ସମ୍ପାଦକଙ୍କ ଗୋଷ୍ଠୀ ପକ୍ଷରୁ ବିଭୂତି ଦାସ ସଭାପତି,ଅଶୋକ ଦଳବେହେରା ଉପ ସଭାପତି,ପ୍ରମୋଦ ପ୍ରଧାନ ଉପ ସଭାପତି-୨, ଅକ୍ଷୟ ସାମନ୍ତ ସମ୍ପାଦକ,ବ୍ରଜବନ୍ଧୁ ସାହୁ ସହ ସମ୍ପାଦକ,ବିଜୟ ଦେହୁରୀ ସହ ସମ୍ପାଦକ -୨, ସୁଭିତ୍ କୁମାର ଦାସ,ସହ ସମ୍ପାଦକ-୩, ସଞ୍ଜୀବ ସ୍ୱାଇଁ ସହ ସଂପାଦକ-୪ ଓ ସୁନିଲ ବେହେରା କୋଷାଧ୍ୟକ୍ଷ ରୂପେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।