ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗର ମଙ୍ଗଳବର ମ୍ୟାଚରେ ପତକା, ଆଠମଲ୍ଲିକ ୫-୦ ଗୋଲରେ କୁଇଓକୁ ପରାସ୍ତ କରିଥିବା ବେଳେ ଦ୍ଵିତୀୟ ମ୍ୟାଚରେ କାଇଁଶିରିପାଲି,ପାଲଲହଡ଼ା ୭-୦ ଗୋଲରେ ବଳରାମପ୍ରସାଦକୁ ପରାସ୍ତ କରିଥିଲା।
ଶ୍ରୀମୁଖ ଗଡ଼ନାୟକ ଖେଳ ପରିଚାଳନା କରିଥିଲେ। ଅନୁଗୁଳ ହସ୍ପିଟାଲର ଡ଼ା ଅସିତ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ସଂଘର ସଭାପତି ପବନ ସାହୁ ସମ୍ପାଦକ ନିଲୁ ସାହୁ,କୋଷାଧ୍ୟକ୍ଷ ବିନୋଦ ସାହୁଙ୍କ ସମେତ ସୌରଜିତ ରାଉତ, ଅଶୋକ ଦାସ,ଲକି ନନ୍ଦ, କୁନା ମୁଖୀ ପ୍ରମୁଖ ଖେଳରେ ସହଯୋଗ କରିଥିଲେ। ଆଜି ପତକା ବନାମ ବଳରାମପ୍ରସାଦ ଏବଂ କୁଇଓ ବନାମ କାଇଁଶିରିପାଲି ମଧ୍ୟରେ ଅନୁଷ୍ଠିତ ହେବ।