ମୁଖ୍ୟ ଖବର

ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ: ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ସମ୍ମାନିତ

By Angul TV Bureau

June 21, 2023

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଉପଖଣ୍ଡରେ ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଦେବୀ ପ୍ରସାଦ ରଥଙ୍କ ପୌରୋହିତରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ, ପୂର୍ବତନ ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ତଥା ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥିଭାବେ ବଡ଼ମ୍ବା-ନରସିଂହପୁରର ବିଧାୟକ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟ ବକ୍ତା ଭାବରେ କଟକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ଅନ୍ୟ ସମ୍ମାନିତ ଅତିଥି ଭାବେ ନରସିଂହପୁରର ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, ନରସିଂହପୁରର ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକ, ନରସିଂହପୁରର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନରସିଂହପୁରର ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।

ଏଥିରେ ନରସିଂହପୁରର ଆଖ ପାଖ ଅଞ୍ଚଳ ଯଥା- ବଡ଼ମ୍ବା, ତିଗିରିଆ, ଆଠଗଡ଼, କଟକ, ଭୁବନେଶ୍ୱର, ନୟାଗଡ଼, ଗଣିଆ, ଦଶପଲ୍ଲା, ଖୋର୍ଦ୍ଧା, ଅନୁଗୁଳ, ହିନ୍ଦୋଳ, ଢେଙ୍କାନାଳ ଆଦିର ସମସ୍ତ ସାମ୍ବାଦିକ ସଂଘ ପ୍ରତିନିଧି ଉପସ୍ଥିତ ଥିଲେ। ପରିଶେଷରେ ସମସ୍ତ ସଂଘ ଗୁଡ଼ିକୁ ନିଜ କାର୍ଯ୍ୟ ଅନୁଯାୟୀ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।