ମୁଖ୍ୟ ଖବର

ରକ୍ତ ଦେଇ ଜାତୀୟ ଦିବସ ପାଳିଲେ ଡାକ୍ତର

By Biswaranjan Pattnaik

July 01, 2025

ଅନୁଗୁଳ: ଜାତୀୟ ଡାକ୍ତର ଦିବସ ଅବସରରେ ଅନୁଗୁଳ ଆଇଏମ୍ଏ, ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ, ସର୍ଜନ୍ସ କ୍ଳବ୍ ଏବଂ ଅଶ୍ରୁ ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ରକ୍ତଦାନ ଭବନରେ ଆୟୋଜିତ ଏହି ଶିବିରକୁ ଅନୁଗୁଳ ସିଡିଏମଓ ଡ଼ା ଗୌରୀ ଶଙ୍କର ବଳ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ରୂପେ ଯୋଗ ଗୁରୁ ଅଭୟ ରାୟ, ଆଇଏମ୍ଏ ସଭାପତି ଡା ବିଛନ୍ଦ ଚରଣ ପ୍ରଧାନ, ସମ୍ପାଦକ ଡ଼ା ବିଶ୍ୱଜିତ୍ ସାମଲ, ରୋଟାରିଆନ୍ ନିହାର ରଞ୍ଜନ ପ୍ରସାଦ, ପ୍ରକାଶ ଅଗ୍ରୱାଲ,ଡ଼ା ଅଶୋକ କୁମାର ମାଣ୍ଡୋଠୀଆ, ମିଲନ୍ ଅଗ୍ରୱାଲ,,ଡ଼ା ଦେବାଶିଷ ପ୍ରଧାନ,ଡ଼ା ସତ୍ୟବ୍ରତ ପାଟଯୋଶୀ ,ଅନିଲ ଗୁପ୍ତା,ବିଷ୍ଣୁପ୍ରିୟା ଭୂୟାଁ,ପ୍ରହଲ୍ଲାଦ ରଥ ଏବଂ ସର୍ଜନସ କ୍ଳବ୍ ପକ୍ଷରୁ ଡ଼ା ପ୍ରଦୀପ ଧର,ଡ଼ା ତରୁଣ୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଅଶ୍ରୁ ପକ୍ଷରୁ ରଞ୍ଜନ ନନ୍ଦ,ପ୍ରହଲ୍ଲାଦ ରଥ,ସାଗର ମହାପାତ୍ର,ମହେଶ ଦେଓ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ।ଶିବିରରୁ ମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।