ଘଟଣା ଓ ଦୁର୍ଘଟଣା

ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ

By Angul TV Bureau

May 17, 2025

ଅନୁଗୁଳ: ଅନୁଗୁଳ ଟାଉନର ଜଣେ ମହିଳାଙ୍କୁ ଯୌତୁକ ନିର୍ଯତନାନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପୁଲିସ୍ ସୂଚନା ଅନୁଯାୟୀ, ନିର୍ଯାତନାର ଶିକାର ହୋଇଥିବା ମହିଳା ହେଲେ ବଜାର ଛକର ଅନୁରାଧା ତୁଲସୀୟନ୍। ତାଙ୍କ ସ୍ୱାମୀ ସୁନିଲ କୁମାର ତୁଲସୀୟାନ (ମୁନା), ଦିଅର, ଶାଶୁ ଓ ଶଶୁର ୩ ବର୍ଷ ହେଲା ୧୦ ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଏତଲାରେ ଦର୍ଶାଇଛନ୍ତି। ଅନୁରଧା ଏକ ବୁଟିକ୍ ଚଳାଉଥିବା ବେଳେ ୩ ଦିନ ତଳେ ତାଙ୍କ ସ୍ବାମୀ ସୁନିଲ ଓ ଦିଅର ତାଙ୍କୁ ପିଟାମରା କରି ତାଙ୍କଠୁ ସୁନା ଗହଣା ଓ ଟଙ୍କା ନେଇଯାଇଛନ୍ତି। ଏମିତିକି ତାଙ୍କ ମୋବାଇଲ୍‌କୁ ପିଟି ଭାଙ୍ଗି ଦେଇଥିବା ସେ ଲିଖିତ ଅଭିଯୋଗ କରିଛନ୍ତି।