ଅନ୍ୟାନ୍ୟ

ପୂଜା ପ୍ରସାଦ ବଢ଼ାକୁ ନେଇ ଗଣ୍ଡଗୋଳ: ଖଣ୍ଡା ଚୋଟରେ ଜଣେ ଗୁରୁତର

By Biswaranjan Pattnaik

February 08, 2025

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ବ୍ରାହ୍ମଣୀଦେଇ ପଡାରେ ଦୁର୍ବୁତ୍ତଙ୍କ ଖଣ୍ଡା ଚୋଟରେ ଜଣେ ଗୁରୁତର ହୋଇଛି। ଅଭିଯୋଗ ମୁତାବକ ସାହିରେ ସରସ୍ବତୀ ପୂଜା ଅନ୍ନ ପ୍ରସାଦ ବଢ଼ା ଯାଉଥିବା ବେଳେ ସାହିର ମନୋଜ ନାୟକ ଓ ଶିବ ପ୍ରସାଦ ସୁବୁଦ୍ଧିଙ୍କ ସହ ହୁଳୁରୁସିଂହାର ସମ୍ବିତ ସାହୁ ଓ ତାର ଚାରି ଜଣ ସାଙ୍ଗଙ୍କ ଝଗଡା ହୋଇଥିଲା। ସାହିର ଭଦ୍ର ଲୋକ ଏହାକୁ ସମାଧାନ କରିଦେଇଥିଲେ। ଏହାର କିଛି ସମୟ ପରେ ସାହିରେ ଘର ପାଖରେ ମନୋଜ ଓ ଶିବ ବୁଲୁଥିବା ବେଳେ ସମ୍ବିତ ଓ ତାର ସାଙ୍ଗ ମାନେ ଖଣ୍ଡା ଭୁଜାଲି ଧରି ଆସିଥିଲେ। ସମ୍ବିତ ଖଣ୍ଡାରେ ମନୋଜକୁ ହାଣି ବାକୁ ଉଦ୍ୟମ କରିଥିଲେ। ଖଣ୍ଡା ଚୋଟରେ ମନୋଜର ପିଠିରେ ଗୁରୁତର ଆଘାତ ଲାଗିଥିଲା। ସମ୍ବିତର ସାଙ୍ଗ ମାନେ ଶିବକୁ ନିସ୍ତୁକ ପିଟି ତଳେ ପକାଇ ଦେଇଥିଲେ। ଚିତ୍କାର ଶୁଣି ଦୁର୍ବୁତ୍ତ ମାନେ ଘଟଣା ସ୍ଥଳ ଛାଡି ପଳାଇଥିଲେ। ଆକ୍ରମଣ ନେଇ ମନୋଜ ଅନୁଗୁଳ ଥାନାରେ ଏତଲା ଦେଇଛନ୍ତି।