ଅନୁଗୁଳ: ଅଗ୍ନିଶମ ସପ୍ତାହ ପାଳନ ଅବସରରେ କଟକ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଅଗ୍ନିଶମ ସେବା ସଂସ୍ଥାର ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଶାନ୍ତ କୁମାର ଧଳଙ୍କୁ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଡିଜି ପଦକ ମିଳିଛି। ପୋଲିସ ଡିଜି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରଶାନ୍ତ ଧଳଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ବୋଲି ଏ ଅବସରରେ ଡିଜି କହିଛନ୍ତି। ପ୍ରକାଶ ଯେ ଆଗ୍ନିକ ପ୍ରଶାନ୍ତ ଧଳ ଅନୁଗୁଳ ଜିଲ୍ଲାରେ ଅନେକ ସାହସିକତା କାର୍ଯ୍ୟ କରିଛନ୍ତି।