ଅନ୍ୟାନ୍ୟ

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ଅଗ୍ନିଶମ ସଚେତନତା

By Angul TV Bureau

May 15, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ସ୍ଥିତ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ପାଇଁ ଥିବା ସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ଅନୁଗୁଳ ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ସିଡିଆର କିଶୋର୍ ଚନ୍ଦ୍ର ରାଉତ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଗ୍ନିଶମ ବାହିନୀର ସୁକାନ୍ତ କୁମାର ନାଥ, ରଞ୍ଜିତ ରାଉତ, ଜଳଧର ସ୍ୱାଇଁ ସହଯୋଗ କରିଥିଲେ।