ଅନୁଗୁଳ: ୧୫ ବର୍ଷରୁ କମ୍ ସିଏମ ଟ୍ରଫି ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁଗୁଳ ଦଳ ଖେଳାଳି ଚୟନ କରାଯାଇଛି।ଏଥିପାଇଁ ଆଠମଲ୍ଲିକ ଷ୍ଟାଡିୟମ୍ ରେ ଏକ ପ୍ରଶିକ୍ଷଣ ତଥା ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ୪୦ ଜଣ ଖେଳାଳି ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ। ପ୍ରଶିକ୍ଷକ ଦିଲୀପ ରାଉତ ଓ ଡାନିଏଲ ମାରାଣ୍ଡି ତଥା ଆଠମଲ୍ଲିକ ଉପଖଣ୍ଡ କ୍ରୀଡା ସଂସଦର ସହୋଯୋଗରେ ୨୪ ଜଣ ଖେଳାଳିଙ୍କୁ ଚୟନ କରାଯାଇଥିଲା।
ଏହି ସବୁ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା କ୍ରୀଡା ସଂସଦସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ସହଯୋଗ କରିଥିଲେ।ଅନୁଗୁଳ ଦଳ କେଉଁଝର ଠାରେ ସିଏମ ଟ୍ରଫି ପାଇଁ ଖେଳିବେ ବୋଲି ଜଣାପଡିଛି। ଏଥିପାଇଁ ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତାର ଏବଂ ଏଡିଏମ୍ ପ୍ରତାପ ପ୍ରିତିମୟ ଦଳର ସଫଳତା ନେଇ ଶୁଭ କାମନା ଜଣାଇଛନ୍ତି।