ମୁଖ୍ୟ ଖବର

ଚେକ୍ ଡ୍ୟାମ୍‌ର ସ୍ଥିତି ଅନୁଧ୍ୟାନ କଲା ଅନୁଗୋଳ ବନଖଣ୍ଡ

By Angul TV Bureau

November 19, 2026

ଅନୁଗୋଳ: ଜଳ ସଂରକ୍ଷଣ ଏବଂ ଜଙ୍ଗଲର ସ୍ଥାୟୀ ପରିଚାଳନାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଚେକ୍ ଡ୍ୟାମ୍‌ର ନିରୀକ୍ଷଣ କରାଯାଇଛି। ବନ୍ତଳା ରେଞ୍ଜ ଅନ୍ତର୍ଗତ ଖିଣ୍ଡା ସେକ୍ସନର କନ୍ତମେଘ-୧ ବିଟ୍ ଅଧୀନ ବଲଙ୍ଗ ସଂରକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ ନଂ-୫ରେ ନିର୍ମିତ ଚେକ୍ ଡ୍ୟାମ୍‌ର ସ୍ଥିତି ଅନୁଧ୍ୟାନ କରାଯାଇଥିଲା।CGWB ବିଭାଗର ରାଜକିଶୋର ମହାନ୍ତି ଏହି ନିରୀକ୍ଷଣ କରିଥିବା ବେଳେ ACF ଅଶ୍ୱିନୀ ବେହେରା ଏବଂ ବନ୍ତଳା ରେଞ୍ଜର ଉପସ୍ଥିତ ଥିଲେ।

ଏହି ନିରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଚେକ୍ ଡ୍ୟାମ୍ ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି, ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ ଏବଂ ଜଙ୍ଗଲ ଅଞ୍ଚଳରେ ଜଳର ଉପଲବ୍ଧତା କେତେଦୂର ସୁନିଶ୍ଚିତ ହୋଇପାରୁଛି, ତାହା ଆକଳନ କରିବା। ଏଭଳି ଜଳ ସଂରକ୍ଷଣ ଜଙ୍ଗଲର ଜୈବ ବିବିଧତା ରକ୍ଷା କରିବା ସହ ପରିବେଶର ସନ୍ତୁଳନ ବଜାୟ ରଖିବା ଏବଂ ବନ୍ୟଜନ୍ତୁଙ୍କ ପାଇଁ ଜଳର ଉପଲବ୍ଧତା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।