ମୁଖ୍ୟ ଖବର

ଅନୁଗୁଳ ବନଖଣ୍ଡର ଅଭିନବ ପ୍ରୟାସ: ହାତୀ-ମଣିଷ ଲଢ଼େଇ ରୋକିବ ‘ହାଇମାଷ୍ଟ ଲାଇଟ୍’

By Angul TV Bureau

April 22, 2026

ଅନୁଗୁଳ: ହାତୀ-ମଣିଷ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ୟଜନ୍ତୁ ଓ ମଣିଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନଖଣ୍ଡର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ‘ହାଇମାଷ୍ଟ ଲାଇଟ୍’ ସ୍ଥାପନ କରାଯାଉଛି। ରାତି ସମୟରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଏହାର ମୂଳ ଲକ୍ଷ୍ୟ।ଏହି ସିଷ୍ଟମରେ ୬ଟି ଶକ୍ତି-ସଞ୍ଚୟକାରୀ LED ଲାଇଟ୍ ବ୍ୟବହାର କରାଯାଇଛି, ଯାହା ୩୦ ଫୁଟରୁ ଅଧିକ ଉଚ୍ଚତାରେ ଲଗାଯାଇଛି।

ଏହା ବ୍ୟାପକ ଅଞ୍ଚଳକୁ ଆଲୋକିତ କରିବା ସହ ଜଙ୍ଗଲ କଡ଼ରେ ଥିବା ଗାଁଗୁଡ଼ିକରେ ଦୃଶ୍ୟମାନତା ବୃଦ୍ଧି କରିବ। ଫଳରେ ହାତୀମାନେ ଜନବସତି ମୁହାଁ ହେଲେ ସ୍ଥାନୀୟ ଲୋକେ ଓ ବନ କର୍ମଚାରୀମାନେ ପୂର୍ବରୁ ସତର୍କ ହୋଇପାରିବେ। ଏହି ଆଧୁନିକ ବ୍ୟବସ୍ଥା ନିଶ୍ଚିତ ଭାବେ ଉଭୟ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସହଭାଗିତା ଏବଂ ସୁରକ୍ଷା ବଜାୟ ରଖିବାରେ ସହାୟକ ହେବ।