କଳା ଓ ସଂସ୍କୃତି

ଅନୁଗୁଳରେ ବିରାଜିଲେ ସାଗର ଦୁଲଣି ମା ଲକ୍ଷ୍ମୀ: ୬୭ ବର୍ଷରେ ବଜାର ଛକ କମିଟି

By Biswaranjan Pattnaik

October 29, 2023

ଅନୁଗୁଳ: ଚଳିତ ବର୍ଷ ଅନୁଗୁଳ ସହର ଓ ଆଖପାଖରେ ୩୪ ଟି ମଣ୍ଡପରେ ଧନାଦାତ୍ରୀ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଚାଲିଛି। ଆକର୍ଷଣୀୟ ତୋରଣ,ମେଢ଼ ସାଙ୍ଗକୁ ଏଲ୍‌ଇଡି ଏବଂ ଡିଜିଟାଲ ବିଜୁଳି ଆଲୁଅରେ ଆଖି ଝଲସି ଯାଉଚି। ଏ ଅବସରରେ ଲକ୍ଷ୍ମୀ ନାରାୟଣ ପୂଜା କମିଟି ବଜାର ଛକ ପକ୍ଷରୁ ଧୁମ୍‌ଧାମରେ ପୂଜା କରାଯାଉଛି। ସତଷଠି ବର୍ଷରେ ପହଞ୍ଚି ଥିବା ଏହି ପୂଜା ମଣ୍ଡପର ଇତିହାସ ବେଶ୍‌ ପୁରୁଣା। ସବୁ ବର୍ଷ ଇକୋ ଫ୍ରେଣ୍ଡଲି ଲକ୍ଷ୍ମୀନାରାୟଣ ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଥାଏ।

ଚଳିତ ବର୍ଷ କୋଣାର୍କ ମନ୍ଦିର ଢାଞ୍ଚାରେ ତୋରଣ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି।ବଜାର ମଝିରେ ଥିବାରୁ ହଜାର ହଜାର ଭକ୍ତ ଏହି ମଣ୍ଡପ ବୁଲି ଦେଖିଥାନ୍ତି।ଏହି କମିଟି ଶାନ୍ତି ଶୃଙ୍ଖଳା ପାଇଁ ବେଶ୍ ପରିଚିତ। ସୁଧୀର ରଞ୍ଜନ ସାହୁ କମିଟିର ସଭାପତି ଓ ଚନ୍ଦ୍ରକାନ୍ତ ଧଳ ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଛନ୍ତି ।