ମୁଖ୍ୟ ଖବର

ବିଦାୟ ନେଲେ ଅଗ୍ରପୂଜ୍ୟଶାନ୍ତି ଶଙ୍ଖଳାରେ ସମାପନ ହେଲା ଗଣେଶପୂଜା ଭଷାଣି

By Angul TV Bureau

September 04, 2025

ଅନୁଗୁଳ: ବୁଧବାର ଅନୁଗୁଳ ସହର ମଧ୍ୟରେ ଧୁମଧାମରେ ଅଗ୍ରପୂଜ୍ୟ ଗଣେଶଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା। ସହରର ବିଭିନ୍ନ ପଡା, ସାହିରେ କ୍ଳବ ଓ ଅନୁଷ୍ଠାନ ଗୁଡିକ ପକ୍ଷରୁ କରାଯାଉଥିବା ଗଣେଶ ପୂଜାର ସମସ୍ତ ମେଢ଼ ଗୁଡିକ ଶୋଭାଯାତ୍ରାରେ ସାମିଲ ହୋଇଥିଲା।

 ଏହି ମେଲଣ ଉତ୍ସବରେ ୧୩ ଗୋଟି ପୂଜା କମିଟିର ମେଢ଼ ଗୁଡ଼ିକ ଭାଗ ନେଇଥିଲେ ୯ ଟି ମେଢ଼ ହୁଲୁରିସିଂହା ପଟୁ ଆସି ଥାନା ଛକରେ ପହଞ୍ଚି ଥିଲେ। ଅନ୍ୟ ୪ ଗୋଟି ମେଢ଼ ରାଜ ହୋଟେଲ ପଟୁ ଆସି ଥାନା ଛକରେ ଏକାଠି ହୋଇଥିଲେ । ହୁଲୁରିସିଂହା ପଟୁ ଆସିଥିବା ମେଢ଼ ଗୁଡ଼ିକ ପୁରୁଣା ବସ ଷ୍ଟାଣ୍ଡ ହେଇ ବଜାର ଛକ ଦେଇ ନିଜ ନିଜ ଜଳାଶୟ ରେ ମୂର୍ତ୍ତି ଗୁଡିକ ବିସର୍ଜନ କରିଥିବା ବେଳେ ରାଜ ହୋଟେଲ ପଟୁ ଆସିଥିବା ମେଢ଼ ଗୁଡ଼ିକ ବସ ଷ୍ଟାଣ୍ଡ ହେଇ ଅମଲାପଡା ଦେଇ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥିଲେ। ପ୍ରଶାସନ ପକ୍ଷରୁ ଏହାକୁ ସଠିକ ଭାବେ ପରିଚାଳନା କରିବା ପାଇଁ ଏକ କଣ୍ଟ୍ରୋଲ ରୁମ କରାଯାଇଥିବା ବେଳେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ।