ମୁଖ୍ୟ ଖବର

ଆସିବେ ବିଘ୍ନରାଜ, ଶାନ୍ତିଶୃଙ୍ଖଳାର ସହ ଗଣେଶ ପୂଜା ଆୟୋଜନ ଉପରେ ଗୁରୁତ୍ୱ

By Angul TV Bureau

August 08, 2024

ଅନୁଗୁଳ: ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟଙ୍କୁ ସ୍ବାଗତ ଜଣାଇଥିଲେ। ଏହା ପରେ ପୂର୍ବ ବର୍ଷର ବିବରଣୀ ପାଠ କରିବା ସହ ତଦନୁଯାୟୀ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିଥିଲେ। ଆସନ୍ତା ମାସ ୭ ତାରିଖରୁ ପୂଜା ଆରମ୍ଭ ହୋଇ ୧୪ ତାରିଖରେ ବିସର୍ଜନ ଉତ୍ସବ ପାଳନ କରାଯିବ। ପୂର୍ବ ବର୍ଷ ଗଣେଶ ପୂଜାରେ ଭସାଣି ସମୟରେ କିଛି ପୂଜା କମିଟି ପକ୍ଷରୁ ଡିଜେ ବଜାଇଥିବାରୁ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା। ଚଳିତ ବର୍ଷ ଏହାକୁ ପୁନରାବୃତ୍ତି ନ କରିବା ପାଇଁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ପ୍ରତ୍ୟେକ ପୂଜା ମଣ୍ଡପଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହ ପୂଜା କରିବାକୁ ଆଲୋଚନା କରାଗଲା।

ଅନ୍ୟମାନଙ୍କ ମଧ୍ୟରେ ସବଡିଭିଜନାଲ ପୋଲିସ ଅଫିସର ରମାକାନ୍ତ ମହାଳିକ, ଅନୁଗୁଳ ଆଇଆଇସି ଧ୍ରୁରେଶ ଦାସ, ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।